Below header

ସିଂହ ସଂକ୍ରାନ୍ତିରେ ନିଶ୍ଚିତ ଖାଆନ୍ତୁ ଗୁଆ ଘିଅ, ଜାଣନ୍ତୁ ମହତ୍ତ୍ୱ

ଆଜି ସୂର୍ଯ୍ୟଦେବ ସିଂହ ରାଶିରେ ପ୍ରବେଶ କରିବେ । ତେଣୁ ସିଂହ ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ । ଏହି ଦିନ ଘିଅ ଖାଇବା ବହୁତ ଶୁଭ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ସୂର୍ଯ୍ୟଦେବ ପ୍ରତ୍ୟେକ ମାସରେ ଗୋଟିଏରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରନ୍ତି । କିନ୍ତୁ ଆଜି ସୂର୍ଯ୍ୟଦେବ ବର୍ଷକ ପରେ ସୂର୍ଯ୍ୟଦେବ ନିଜ ରାଶ ସିଂହରେ ପ୍ରବେଶ କରୁଛନ୍ତି । ତେଣୁ ଏହାକୁ ସିଂହ ସଂକ୍ରାନ୍ତି ବୋଲି କୁହାଯାଏ । ସିଂହ ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ । କେବଳ ସେତିକି ନୁହେଁ, ଏହି ଦିନ ଘିଅ ଖାଇବା ବହୁତ ଶୁଭ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହାର ମଧ୍ୟ ଖାସ୍‌ କାରଣ ରହିଛି ।

ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟଦେବ ଆଜି ଦ୍ୱିପ୍ରହର ୧ଟା ୪୪ ମିନିଟରେ କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ । ଏହି ଦିନ ଭଗବାନ ସୂର୍ଯଦେବଙ୍କ ଛଡା ଭଗବାନ ବିଷ୍ଣୁ ଏବଂ ନରସିଂହଙ୍କୁ ମଧ୍ୟ ପୂଜା କରାଯାଏ । ପୂଜା କରିବାର ଶୁଭ ମୁହୂର୍ତ୍ତ ସକାଳ ୬ଟା ୪୪ ମିନିଟରୁ ଆରମ୍ଭ ହୋଇଛି । ସିଂହ ସଂକ୍ରାନ୍ତିର ମହାପୂଣ୍ୟ କାଳ କେବଳ ୨ ଘଣ୍ଟା ଯାଏ ରହିଛି । ଯାହା ସକାଳ ୧୧ଟା ୩୩ ମିନିଟରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧ଟା ୪୪ ମିନିଟରେ ସମାପ୍ତ ହେବ ।

ସିଂହ ସଂକ୍ରାନ୍ତି ଦିନ ଘିଅ ସେବନ କରିବାର ବିଶେଷ ମହତ୍ତ୍ୱ ରହିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଘିଅର ପ୍ରୟୋଗ ଆବଶ୍ୟକ ରୂପେ କରାଯିବ । ଏଥିପାଇଁ ଅନେକ ସ୍ଥାନରେ ସିଂହ ସଂକ୍ରାନ୍ତିକୁ ଘିଅ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ମାନ୍ୟତା ଅନୁସାରେ ଏହି ଦିନ ଗାଈ ଘିଅ ଖାଇବା ଶୁଭ । ଘିଅ ଖାଇବା ଦ୍ୱାରା ଶକ୍ତି, ଯଶ ଏବଂ ବୁଦ୍ଧିରେ ବୃଦ୍ଧି ହୋଇଥାଏ । ଏହି କାରଣ ଯୋଗୁଁ ଘିଅ ଖାଇବା ଫାଇଦାଯୁକ୍ତ ହୋଇଥାଏ । ଘିଅ ଖାଇବା ଦ୍ୱାରା ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.