ଘରୋଇ ହିଂସା, ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଲା ସାବତ ମା’

ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସାବତ ମା’ ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ଗରମ ଡାଲି ପାଣି ଫୋପାଡ଼ିବାରୁ ପୁଅର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ତେଣୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ କିନ୍ତୁ ଦିନକୁ ଦିନ ଏଭଳି କଳି ଝଗଡ଼ା ହିଂସାରେ ପରିଣତ ହେଉଛି । କେଉଁଠି ପୁଅ ମା’କୁ ମାରୁଛି ତ ଆଉ କେଉଁଠି ମା’ ବାପା ନିଜ ଜନ୍ମକଲା ଛୁଆଙ୍କୁ ମାରୁଛନ୍ତି । ଆଇନର କାହାକୁ ବି ଆଉ ଭୟ ନାହିଁ । ରାଗ ଆସିଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ ଏବଂ କରିବସେ ଏଭଳି କିଛି ଅପରାଧ । ଏହି ରାଗ ପାଇଁ ଜଣେ ପୁଅ ନିଜ ସାବତ ମା’କୁ ମାରୁଥିଲା ଫଳରେ ସାବତ ମା’ ନିଜ ପୁଅ ଉପରକୁ ଫୋପାଡ଼ିଥିଲା ଗରମ ଡାଲି ପାଣି ।

ତେବେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କଇନିପୁରା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସାବତ ମା’ ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ଗରମ ପାଣି ଦେହରେ ପଡ଼ିଲେ ଅବସ୍ଥା ଯେ କଣ ହେବ ଆପଣ ତାହା ଅନୁମାନ କରିପାରୁଥିବେ । ତେବେ ଗରମ ଡାଲି ପାଣି ଫୋପାଡ଼ିବାରୁ ପୁଅର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ତେଣୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଘଟଣା କଇନିପୁରା ଗାଁର ମାଧ ପାତ୍ରଙ୍କ ପରିବାରରେ ଘଟିଯାଇଛି ।

ସୂଚନା ଅନୁସାରେ କିଛିଦିନ ହେବ ପୁଅ ଦିପୁନ ବାପା ମାଧ ପାତ୍ର ଓ ସାବତ ମା ଜଞ୍ଜାଳୀ ଙ୍କୁ ମାରଧର୍‌ କରୁଥିଲେ । ତେବେ ଘଟଣା ଦିନ ସକାଳେ ପୁଣିଥରେ ବାପା ମା’ ସହ ଝଗଡା କରି ମାରଧର୍‌ କରିବା ସମୟରେ ଅତିଷ୍ଟ ହୋଇ ଜଞ୍ଜାଳି ଚୁଲିରେ ବସିଥିବା ଗରମ ଡାଲିପାଣି ନେଇ ଦିପୁନଙ୍କ ଉପରେ ଛାଟି ଦେଇଥିବା କହିଛନ୍ତି । ଖବରପାଇ ପୋଲିସ୍ ଉଭୟ ମା’ ଓ ବାପା ଙ୍କୁ ଥାନାକୁ ଡକାଇ ପଚରା ଉଚୁରା କରୁଛି । ଏଭଳି ପାରବାରିକ କଳହରେ କେତେ ଯେ ଅଘଟଣ ଘଟୁଛି ତାହା ନକହିବା ଭଲ । ରାଗ ମଣିଷକୁ ଏଭଳି ହିଂସାତ୍ମକ ଘଟଣା ଘଟାଇବାକୁ ପ୍ରବର୍ତ୍ତାଇଥାଏ । ତେଣୁ ମଣିଷ ଯଦି ରାଗକୁ ନିୟନ୍ତ୍ରଣରେ ରଖନ୍ତା ଏଭଳି ଅଘଟଣରୁ ଅନେକ ପରିବାର ହୁଏତ ବଞ୍ଚି ଯାଇ ପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.