ସଭ୍ୟ ସମାଜର ଅସଭ୍ୟ ଚେହେରା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରି ରେଳଲାଇନରେ ଫିଙ୍ଗିଲେ ଦୁର୍ବୃତ୍ତ

ବିଜୟଓ୍ଵାଡା : ୭୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ । ଘଟଣାଟି ଘଟିଛି ବିଜୟୱାଡା ରେଳଷ୍ଟେସନ୍ ନିକଟରେ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏକା ରହୁଥିବା ଜଣେ ୭୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କୁ ରେଳଧାରଣାରେ ମୁର୍ମୁଶ ଅବସ୍ଥାରେ ଫିଙ୍ଗି ଦେଇଚାଲିଯାଇଥିଲେ ।

ରାତିରେ ସଫେଇ କର୍ମଚାରୀ ଏବଂ ଜଣେ ଯାତ୍ରୀ ଦେଖି ଖବର ଦେବା ପରେ ମହିଳାଙ୍କୁ ଉଦ୍ଧାର କରିଥିଲା ରେଳବାଇ ପୋଲିସ୍ । ମହିଳାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ହୋଇଥିଲା । ଯାହା ଫଳରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅନୁମାନ କରିଛି ପୋଲିସ୍ । ଉଦ୍ଧାର ପରେ ଚିକିତ୍ସା ପାଇଁ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ୍ ।

ଅନ୍ୟପଟେ ପୀଡିତା ବୃଦ୍ଧା ମହିଳାଙ୍କ ସ୍ବାମୀ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପେଟ ପୋଷିବା ପାଇଁ ବିଜୟୱାଡା ନିକଟବର୍ତ୍ତୀ ଅଞ୍ଚଳରେ ମାଛ ବିକ୍ରି କରନ୍ତି ।

Leave A Reply

Your email address will not be published.