Below header

ବରଗଡ଼ ପୋଲିସ କବଜାରେ ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗ, ସାମ୍ବାଦିକ ପରିଚୟ ଦେଇ କରୁଥିଲେ ଲୁଟ୍

ସାମ୍ବାଦିକ ପରିଚୟ ଦେଇ ଲୁଟ୍। ଏଭଳି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ। ନିଜକୁ ସାମ୍ବାଦିକ ପରିଚୟ ଦେଇ ଅଫିସର ଓ ସାଧାରଣ ଲୋକଙ୍କଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ମୋବାଇଲ୍ ଫୋନ, ଲାପଟପ୍, ଟିଭି ଚ୍ୟାନେଲ ଲୋଗୋ ଥିବା ବୁମ୍, ଆଇ କାର୍ଡ ଏବଂ କାର୍ ଜବତ ହୋଇଛି।

ଅଭିଯୋଗ ହୋଇଛି, ଗତ ୧୨ ତାରିଖରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ୍ ମ୍ୟାନେଜର ମନୋଜ ଶତପଥିଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦାବି କରିବା ସହ ନିଜକୁ ଜାତୀୟ ଗଣମାଧ୍ୟମ ପ୍ରତିନିଧି କହି ବ୍ଲାକ୍ମେଲ୍ କରିଥିଲେ ଏମାନେ। ପରେ ୨୦ ହଜାର ଟଙ୍କା ନେବା ସହ ଅଧିକ ଟଙ୍କା ଦାବି କରିଥିଲେ। ଏନେଇ ବରଗଡ଼ ଟାଉନ୍ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.