ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ସମାଜବାଦୀ ପାର୍ଟି ନେତାଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ବିଜାପୁର ଜିଲ୍ଲାରେ ସମାଜବାଦୀ ପାର୍ଟିର ନେତାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ର ସମାଜବାଦୀ ପାର୍ଟି ରାଜ୍ୟ ଉପସଭାପତି ସନ୍ତୋଷ ପୁନେମଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ଗତକାଲି ସେ ଏକ ରାସ୍ତା ନିର୍ମାଣ କାମ ଦେଖିବାକୁ ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସନ୍ତୋଷ ସାଧାରଣ ନିର୍ବାଚନ ବେଳେ ସମାଜବାଦୀ ପାର୍ଟିର ବିଜାପୁର ବିଧାୟକ ପ୍ରାର୍ଥୀ ଥିଲେ। ତାଙ୍କ ହତ୍ୟା ପରେ ଘଟଣାସ୍ଥଳରେ ପୋଲିସ ଛାନଭିନ ଚଳାଇଥିବା ବିଜାପୁର ଏସପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.