Below header

ତିନି କିମି ପର୍ଯ୍ୟନ୍ତ ବ୍ୟାପିଲା ବିଷାକ୍ତ ଗ୍ୟାସ, ୧୦ ମୃତ ୧୦୦୦ ହସ୍ପିଟାଲରେ ଭର୍ତ୍ତି ଏବଂ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ

କରୋନାର ତାଣ୍ଡବ ବେଳେ ଏବେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣମର ଆର ଆର ଭେଙ୍କଟପୁରମ ଗାଁରେ ଥିବା ଏଲଜି ପଲିମର ଉଦ୍ୟୋଗରେ ରାସାୟନିକ ଗ୍ୟାସ ଲିକ ହୋଇଛି। ଯାହା ଫଳରେ ଜଣେ ଛୋଟ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ସୂଚନା ଅନୁଯାୟୀ ଆଖିରେ ଜ୍ୱଳନ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ପରେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ପହଂଚିସରିଛି। କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଅତି କମରେ ୫୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ବିଷାକ୍ତ ଗ୍ୟାସ ପ୍ରାୟ ତିନି କିଲୋମିଟର ଦୂରତା ପର୍ଯ୍ୟନ୍ତ ବ୍ୟାପିଯାଇଛି ଫଳରେ କିଛି ଗାଁ କୁ ଖାଲି କରାଯାଇ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି।

ଯଦି ଆପଣ ଏହି ସଂକଟରେ ଫସି ରହିଛନ୍ତି ତେବେ ଏହି ନିୟମକୁ ପାଳନ କରି ନିଜକୁ ରକ୍ଷା କରିପାରିବେ।

gas

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.