ମାନବ ସେବା କରୁଥିବା ବ୍ୟକ୍ତି ବୁଦ୍ଧଙ୍କ ପ୍ରକୃତ ଅନୁଗାମୀ: ମୋଦି

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ସେବା ଯୋଗାଉଥିବା ସମସ୍ତ ଯୋଦ୍ଧାଙ୍କୁ ପ୍ରଣାମ ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ବିଶ୍ୱ କଠିନ ସମୟ ଦେଇ ଗତିକରୁଛି’, ‘ସମୟ ସହିତ ନିଜକୁ ବଦଳାଇବା ଦରକାର’ ବୋଲି ମୋଦି କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ଭଗବାନ ବୁଦ୍ଧଙ୍କ ସେବା ଓ କରୁଣାର ମନ୍ତ୍ରକୁ ଦୋହରାଇଛନ୍ତି ମୋଦି । ‘ଏହି ସମୟରେ ଭଗବାନ ବୁଦ୍ଧଙ୍କ ଶିକ୍ଷା ପ୍ରାସଙ୍ଗିକ’ । ସଙ୍କଟ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ମାନବ ସେବା କରୁଥିବା ବ୍ୟକ୍ତି ବୁଦ୍ଧଙ୍କ ପ୍ରକୃତ ଅନୁଗାମୀ । ନିଜ ପରିବାର, ପଡ଼ୋଶୀଙ୍କ ସେବା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ‘ଭାରତ ବିଶ୍ୱର ହିତରେ କାମ କରୁଛି, କାମ କରିବ’ । ‘ଭାରତ ବିନା ସ୍ୱାର୍ଥରେ ବିଶ୍ୱ ସହିତ ଠିଆ ହୋଇଛି’ ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.