Below header

ଝିଅଟିର ପେଟ ଭିତରେ ହେଉଥିଲା ଭୟଙ୍କର ଯନ୍ତ୍ରଣା, ସିଟି ସ୍କାନରୁ ଜଣା ପଡିଲା ଚା ପିଇବା ଦ୍ୱାରା ପେଟ ଭିତରେ ହୋଇଛି କିଛି ଏପରି

ଆଜିକାଲି ଲୋକ ଚା ଠୁ ନିଜ ଦିନର ଆରମ୍ଭ କରିଥାନ୍ତି ଓ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୩ରୁ ୪ କପ ଚା ପିଇ ସାରିଥାନ୍ତି । ପୂର୍ବରୁ ବଜାରରେ ଅନେକ ପ୍ରକାରର ଚା ଉପଲବ୍ଧ ହେଉଥିଲା ଯେପରିକି ଗ୍ରୀନ ଟି, ବ୍ଲାକ ଟି, ହର୍ବାଲ ଟି ଇତ୍ୟାଦି । ତେବେ ବର୍ତ୍ତମାନ ଚା’ ର ଏକ ନୂଆ ଭେରାଇଟି ଆସିଛି ଯାହାର ନାମ ବବୁଲ ଟି । ବର୍ତ୍ତମାନ ବଜାରରେ ଏହି ଟି ର ବହୁତ ଚାହିଦା ରହିଛି କିନ୍ତୁ ଏହି ବବୁଲ ଟି ଜଣେ ୧୪ ବର୍ଷୀୟା ଝିଅକୁ ଡାକ୍ତରଖାନାରେ ପହଞ୍ଚାଇଛି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ।

ଏହାସହ ପଢନ୍ତୁ ପର୍ସ ହଜିଯିବା ପରେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସିବାରେ ଲାଗିଲା ପଇସା, ପ୍ରକୃତ କଥା ଜଣାପଡିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ

ସୂଚନା ଅନୁଯାୟୀ ଚୀନରେ ବାସ କରୁଥିବା ଜଣେ ବାଳିକାଙ୍କୁ ବବୁଲ ଟି ବହୁତ ପସନ୍ଦ ଥିଲା । ସେ ଦିନକୁ ପ୍ରାୟ ୩ରୁ ୪ କପ ଚା ପିଉଥିଲେ ମଧ୍ୟ ତାଙ୍କୁ ସନ୍ତୁଷ୍ଟି ମିଳୁନଥିଲା । ଗୋଟେ ଦିନ ସକାଳୁ ଝିଅଟି ପେଟରେ ବହୁତ ଯନ୍ତ୍ରଣା ଅନୁଭବ କଲା ଏବଂ ତାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା । ଏସବୁ ଦେଖି ତାର ପରିବାର ଲୋକେ ତାକୁ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତରମାନେ ଶରୀରର ସମ୍ପୂର୍ଣ ପରୀକ୍ଷା କରାଇବା ପରେ ମଧ୍ୟ କିଛି ବୁଝିପାରିଲେ ନାହିଁ । ସେଥିପାଇଁ ଡାକ୍ତରମାନେ ଝିଅଟିର ସିଟି ସ୍କାନ କରାଇଥିଲେ ଯାହାଦ୍ୱାରା ଡାକ୍ତରମାନଙ୍କୁ ଝିଅଟିର ପେଟରେ ଅଣ୍ଡାଭଳି କିଛି ଦେଖିବାକୁ ମିଳିଥିଲା ।

ଏହାପରେ ଡାକ୍ତରମାନେ ଝିଅଟିକୁ ତାର ଖାଇବା ପିଇବା ବିଷୟରେ ପଚାରିଥିଲେ କିନ୍ତୁ ଉତ୍ତରରେ ସେ କିଛି ଦିନ ଧରି ବବୁଲ ଟି ପିଉଥିବା କଥା କହିଥିଲେ । ଏହି କଥାଶୁଣି ଡାକ୍ତରମାନେ ଝିଅଟିର କଥାକୁ ବିଶ୍ୱାସ କରିପାରିନଥିଲେ । କାରଣ ଝିଅଟିର ପେଟରେ ୧୦୦ ରୁ ବି ଉର୍ଦ୍ଧ୍ୱ ବବୁଲ ଟି ର ଗୋଲି ଜମା ହୋଇଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଝିଅଟି ନିଶ୍ଚିତଭାବେ ଦିନକୁ ୩ରୁ ୪ କପ ଚା ପିଉଥିବ ନଚେତ ତା ପେଟ ଭିତରେ ଏତେ ମାତ୍ରାରେ ଗୋଲି କେଉଁଠୁ ଆସିବ ।

Related image

ସୂଚନା ଅନୁଯାୟୀ ବବୁଲ ଟି ପ୍ରସ୍ତୁତ କରିବା ପାଇଁ ସେଥିରେ ଗୋଲ ଗୋଲ ଟୋପିଆକା ବଲ ପକାଯାଇଥାଏ । ଏହାସହିତ ଏଥିରେ ଅଧିକ ମାତ୍ରାରେ ବରଫ ମଧ୍ୟ ପକାଯାଇଥାଏ ସେଥିପାଇଁ ଏହାକୁ ବବୁଲ ଟି କୁହାଯାଇଥାଏ । ଡାକ୍ତରମାନେ ଅପରେସନ ଦ୍ୱାରା ଝିଅଟି ପେଟରୁ ସମସ୍ତ ଗୋଳି ବାହାର କରିଥିଲେ ଓ ବର୍ତ୍ତମାନ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି କିନ୍ତୁ ତାକୁ ବବୁଲ ଟି ଠାରୁ ଦୁରେଇ ରହିବା ପାଇଁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.