ବ୍ରହ୍ମଗିରି: ରାମଚନ୍ଦ୍ରପୁର ପ୍ରାଥମିକ ସେବା ସମବାୟ ସମିତିରେ ଦୁର୍ନୀତି, ସାର କିଣାରେ ହୋଇଛି ବ୍ୟାପକ ଅନିୟମିତତା

ପୁରୀ(କେନ୍ୟୁଜ୍): ଜିଲ୍ଲା ବ୍ରହ୍ମଗିରି ରାମଚନ୍ଦ୍ରପୁର ପ୍ରାଥମିକ ସେବା ସମବାୟ ସମିତିରେ ସାର କିଣାରେ ବ୍ୟାପକ ଦୁର୍ନୀତି । ଜିଲ୍ଲା ସମବାୟ ଅଧିକାରୀ ଓ ଉପନିର୍ଦ୍ଦେଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ତଦନ୍ତରେ ସମିତିର ସଭାପତି ୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍‌ କରିଥିବା ଜଣାପଡ଼ିଛି । ହାଇକୋର୍ଟ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ମଧ୍ୟ ପ୍ରାଥମିକ ସେବା ସମବାୟ ସମିତି ଦୀର୍ଘଦିନ ହେବ ବନ୍ଦ ରହିବା ଏବଂ ସଭାପତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସମିତିର ଉପସଭାପତି, ସଂପାଦକଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଆଜି ସମବାୟ ଉପନିର୍ଦ୍ଦେଷକଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଚାଷୀମାନେ ଆଇନର ଆଶ୍ରୟ ନେବା ସହ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.