ସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ମାରି ବସଉଠ କଲେ ଡାକ୍ତର, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ କଲା ପୋଲିସ

ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ବଡ଼ ମେଡିକାଲରେ ରୋଗୀଙ୍କ ସଂପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ଆରମ୍ଭ । କେମିତି ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଦନ୍ତ କରାଯାଉଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଏସ୍‌ପି କହିଛନ୍ତି। ଏହି ଘଟଣାରେ ଡାକ୍ତରଙ୍କ ବିରୋଧରେ ଏତଲା ଦିଆଯାଇଛି । ବୁର୍ଲା ବଡ ମେଡିକାଲ ପରିସରରେ ସର୍ବସାଧାରଣରେ ଜଣେ ରୋଗୀ ସଂପର୍କୀୟଙ୍କୁ ମାଡ ମାରିବା ସହ ସାର୍ଟ ଫାଡି ବସଉଠ କରୁଥିବା ଭିଡିଓ ଭାଇରାଲ । ଡାକ୍ତରମାନେ ମାଡ ମାରିଲେ, ପୋଲିସ ପାଖରେ ଥିଲା। ଖାକିରେ ଥିବା ବାବୁମାନେ ଦେଖଣାହାରୀ ସାଜି ଘଟଣାର ମଜା ନେଉଥିଲେ । ଡାକ୍ତର ତାଙ୍କର ଦାଦାଗିରି ଦେଖାଇ ଚାଲିଥିଲେ । ଦେଖନ୍ତୁ ଏ ଭିଡିଓକୁ। ପୋଲିସ ଉପସ୍ଥିତିରେ ରୋଗୀଙ୍କ ସମ୍ପର୍କୀୟଙ୍କୁ କିପରି ନିର୍ଯାତନା ଦିଆଯାଉଛି। ଅତିରିକ୍ତ ଏସପି, ଏସଡିପିଓ, ଥାନା ଅଧିକାରୀ ଓ ବୁର୍ଲା ଫାଣ୍ଡି ଅଧିକାରୀ ଓ ୩ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଏପରି ଘଟଣା ଘଟିଥିବା କୁହାଯାଉଛି। ଖାଲି ଏତିକି ନୁହେଁ ବସଉଠ କରାଇ ଭିଡିଓ କରୁଛନ୍ତି ଡାକ୍ତର । ଏହି ଘଟଣାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଆଇଜି ହିମାଂଶୁ ଲାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.