ବୁଦାମୂଳେ ପତ୍ନୀଙ୍କୁ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟି ଅଲଗା କରିଦେଲେ ସ୍ୱାମୀ, ଏବେ ଭୋଗିପାରନ୍ତି ଏମିତି ଦଣ୍ଡ

ପତ୍ନୀଙ୍କୁ ଯୌନ ଶୋଷଣ କରୁଥିବା ଯୁବକଙ୍କୁ ମହିଳାଙ୍କ ସ୍ୱାମୀ ଏମିତି ଶିକ୍ଷା ଦେଲେ, ଯେଉଁଥିପାଇଁ ତାଙ୍କୁ ଭୋଗିବାକୁ ପଡ଼ିପାରେ ୮ ବର୍ଷର ଜେଲ୍ ଦଣ୍ଡ। ୟୁକ୍ରେନରେ ଘଟିଥିବା ଏହି ଘଟଣା ଏବେ ସବୁଠି ଚର୍ଚ୍ଚା ବିଷୟ ହୋଇଛି। ୨୭ ବର୍ଷୀୟ ସ୍ୱାମୀ ଯେତେବେଳେ ପାର୍ଟିରୁ ଘରକୁ ଫେରିଥିଲେ, ସେତେବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।
ଘଟଣାରୁ ଜଣାପଡ଼ିଛି, ସ୍ୱାମୀ ଫେରିବାର ୧୦ ମିନିଟ୍ ପୂର୍ବରୁ ପ୍ରଥମେ ପତ୍ନୀ ଘରକୁ ଫେରିଥିଲେ। ୧୦ ମିନିଟ୍ ପରେ ଅର୍ଥାତ୍ ରାତି ପାଖାପାଖି ୧ଟା ବେଳେ ବ୍ୟକ୍ତି ଜଣକ ପାର୍ଟିରୁ ବାହାରିଥିଲେ। ଯେତେବେଳେ ସେ ନିଜ ଆପାର୍ଟମେଣ୍ଟ ବିଲ୍ଡିଂରେ ପହଞ୍ଚିଥିଲେ, ସେତେବେଳେ ଏକ ବୁଦା ମୂଳରୁ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ। ଶବ୍ଦ ଶୁଣି ଶୁଣି ସେ ବୁଦା ମୂଳରେ ପହଞ୍ଚିଥିଲେ। ସେଠାରେ ଯାହା ଦେଖିଲେ ତାଙ୍କ ରାଗ ମୁଣ୍ଡକୁ ଚଢ଼ିଯାଇଥିଲା। ୨୫ ବର୍ଷୀୟ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଜୋର୍ ଜବରଦସ୍ତ କରୁଥିବା ବ୍ୟକ୍ତି ଜଣକ ଦେଖିବାକୁ ପାଇଥିଲେ।
ଏହାସହ ପଢ଼ନ୍ତୁ: ସମୁଦ୍ର ଭିତରେ ଡଙ୍ଗାରେ ବୁଲି ମଜା ନେଉଥିଲେ ଏହି ଦମ୍ପତି, ହଠାତ୍ ମୁଣ୍ଡ ଉପରକୁ ଲମ୍ଫ ମାରିଲା Whale, ଦେଖନ୍ତୁ ଭୟଙ୍କର ଭିଡିଓ
ରିପୋର୍ଟ ମୁତାବକ, ମହିଳା ପାର୍ଟିରୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ଗାଡିକୁ ଅଟକାଇଥିଲେ। ଏହାପରେ ତାଙ୍କ ମୁହଁକୁ ଚାପି ଧରି ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇଯାଇଥିଲେ। ପତ୍ନୀ ବିପଦରେ ପଡ଼ିଥିବାର ଦେଖି ସ୍ୱାମୀ ଉକ୍ତ ଯୁବକଙ୍କ ମୁଣ୍ଡକୁ ମୁଥ ମାରିଥିଲେ। ଏହାପରେ ସେ ପକେଟ୍ରୁ ଛୁରୀ ବାହାର କରି ଯୁବକଙ୍କ ଗୁପ୍ତାଙ୍ଗ କାଟି ଅଲଗା କରିଦେଇଥିଲେ। ଏହି ସମୟରେ ପୀଡ଼ିତା ମହିଳା ଏବଂ ଯୁବକଙ୍କ ପାଟି ଶୁଣି ଘଟଣାସ୍ଥଳରେ ଆଖପାଖର ଲୋକେ ଜମା ହୋଇଯାଇଥିଲେ। ପରଦିନ ସକାଳେ ବ୍ୟକ୍ତି ଜଣକ ପୋଲିସ ସାମ୍ନାରେ ନିଜ ଦୋଷ ସ୍ୱୀକାର କରିଥିଲେ ଆଉ ଆତ୍ମସମର୍ପଣ କରିଥିଲେ।