Below header

ପଢ଼ୁ ପଢ଼ୁ ହୋଇଗଲା ପ୍ରେମ, ୫୦ ବର୍ଷର ଶିକ୍ଷକଙ୍କୁ ବିବାହ କଲେ ୨୦ ବର୍ଷ ଛାତ୍ରୀ

ପ୍ରେମର ନା ଥାଏ ପରିସୀମା ନା ବୟସର ବନ୍ଧନ । ପ୍ରେମ ହୋଇଥାଏ ଶ୍ୱାସତ ଚିରନ୍ତନ । ଏହା କେତେବେଳେ ବି କେଉଁଠି ଓ କାହା ସହ ହୋଇପାରେ । ହେଲେ ଏହି ପ୍ରେମ ଯେବେ ସମାଜର ଶୃଙ୍ଖଳା ଓ ଆଦର୍ଶର କୂଳ ଲଂଘିଯାଏ, ସେତେବେଳେ ଏହା ହୋଇଯାଏ ନିନ୍ଦିତ ଓ ତୀରସ୍କୃତ । ବୟସର ପରିଧିକୁ ପାର କରି ଏମିତି ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି ପ୍ରେମ କରି ବସିଛନ୍ତି ଜଣେ ୨୦ ବର୍ଷର କନ୍ୟାଙ୍କୁ । ଯେ କି ତାଙ୍କର ଜଣେ ଛାତ୍ରୀ ହେବେ । ଏହି ଘଟଣା ଘଟିଛି ବିହାରର ସମସ୍ତିପୁରରେ । ଏହି ଗୁରୁ-ଶିଷ୍ୟାଙ୍କର ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ଥିଲା ଏମିତି ୨୦ ବର୍ଷ ବୟସ୍କା ଶ୍ୱେତା ନିଜ ଘର ଠାରୁ ୮୦୦ ମିଟର ଦୂରରେ ରହୁଥିବା ଜଣେ ଇଂରାଜୀ ଶିକ୍ଷକ ସଂଗୀତ କୁମାର କେ ଙ୍କ ନିକଟକୁ ପଢ଼ିବାକୁ ଯାଉଥିଲେ । ଏହା ଭିତରେ ଶ୍ୱେତାଙ୍କୁ ତାଙ୍କ ଶିକ୍ଷକଙ୍କ ସହ ପ୍ରେମ ହୋଇଗଲା । ଶିକ୍ଷକ ମଧ୍ୟ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ । ଶିକ୍ଷକ ସଂଗୀତ କୁମାରଙ୍କ ପତ୍ନୀଙ୍କ ବହୁ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ତେବେ ସଂଗୀତ କୁମାର ଆଉ ଦ୍ୱିତୀୟ ବିବାହ କରିନଥିଲେ ।

ତେବେ ନିଜ ଛାତ୍ରୀଙ୍କ ପ୍ରେମରେ ପଡିବା ପରେ ସେ ଏହାକୁ ସ୍ୱୀକୃତୀ ଦେବାକୁ ମନସ୍ଥ କଲେ । ଶେଷରେ ଉଭୟ ବିବାହ ମଧ୍ୟ କରିଛନ୍ତି । ତାଙ୍କର ଏହି ବିବାହ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି । ଶିକ୍ଷକ ଓ ଛାତ୍ରୀଙ୍କ ଏହି ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉଭୟ ବହୁତ ଖୁସୀ ଦେଖାଯାଉଛନ୍ତି । ତେବେ ଏହି ବିବାହକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିପାରି ନାହିଁ । ତେବେ ବୟସର ଲମ୍ବା ପାର୍ଥକ୍ୟ ଥିବା ବେଳେ ନିଜର ଛାତ୍ରୀଙ୍କୁ ବିବାହ କରିବା ନେଇ ଠିକ୍‌ ଭାବେ ଗ୍ରହଣ କରିପାରୁ ନାହାଁନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.