Below header

ରାଜଧାନୀରେ ଦେହ ବ୍ୟବସାୟର ମାଧ୍ୟମ ପାଲଟିଛି ଡ୍ୟାନ୍ସ ବାର, ଗ୍ରାହକଙ୍କ ପସନ୍ଦରେ ରଙ୍ଗିନ ହେଉଛି ରାତି

ଭୁବନେଶ୍ବର(କେନ୍ୟୁଜ୍):ରାଜଧାନୀରେ ଏବେ ଡ୍ୟାନସ ବାର ପାଲଟିଛି‌ ଦେହ ବ୍ୟବସାୟର ମାଧ୍ୟମ। ଖୁଲମ ଖୁଲା ଦେହ ବେପାର କରୁଛନ୍ତି ବାର ମାଲିକ।ବାର ଲାଇସେନ୍ସ ଆଳରେ ଚଳାଇଛନ୍ତି ସେକ୍ସ ରାକେଟ। ସିକ୍ରେଟ ଚାମ୍ବରରେ ଚାଲିଛି ଦେହ ବ୍ୟବସାୟର ଗୋଲକ ଧନ୍ଦା।ମାଲିକ ଓ ତାଙ୍କ ଲୋକ ଚଳାଇଛନ୍ତି ଏପରି କାରବାର।ଏବେ ଏମିତି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବାର ମ୍ୟାନେଜର। ଯେତେବେଳେ ବାର ମାଲିକଙ୍କ ବିରୋଧରେ ଥାନା ଦ୍ବାରସ୍ଥ ହେଲା ତା ପରେ ସାମ୍ନାକୁ ଆସିଛି ଏହି ଘଟଣା।

ସଞ୍ଜ ହେଲେ ରାଜଧାନୀରେ ଗହଳି ବଢେ ଡାନ୍ସ ବାରରେ।ଏନେଇ ବାର ଗାର୍ଲ୍ ଙ୍କ ଠୁମକାରେ ଦିଓ୍ବାନା ହୁଅନ୍ତି ଗ୍ରାହକ। ରଙ୍ଗୀନ ଆଲୁଅରେ ରାତି ବଢ଼ିଲେ ବଢିଯାଏ ଗ୍ରାହାକଙ୍କ ତାତି।ଆରମ୍ଭ ହୁଏ ବାରରେ ଗ୍ରାହକଙ୍କ ପସନ୍ଦ ନାପସନ୍ଦର ମୁଲଚାଲ। ପସନ୍ଦ ଆସିଲେ ବାରଗାର୍ଲଙ୍କୁ ଇସାରା ଦିଅନ୍ତି ଗ୍ରାହକ ।ହୋଟେଲର ରୁମ ଓ ବାରର ସିକ୍ରେଟ ଚାମ୍ବରରେ ଆରମ୍ଭ ହୁଏ ଖେଳ।ବାର ଗାର୍ଲଙ୍କ ବିରୋଧ କଲେ ବି ମାଲିକ ପକାନ୍ତି ଚାପ। ମାଲିକଙ୍କ ମୁଲଚାଲରେ ଚାଲେ ଦେହ ବେପାର। ଏ ନେଇ ଲଷ୍ମୀ ସାଗର ଥାନାରେ ହୋଇଛି ମାମଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.