Below header

ଚୀନରେ ପୁଣି କରୋନାର ତାଣ୍ଡବ: ଭୟଙ୍କର ଭାବେ ମାଡୁଛି ମହାମାରୀ, ଦିନକରେ ୮ ହଜାର ୬୨୬ ଜଣ ସଂକ୍ରମିତ ଚିହ୍ନଟ

କେନ୍ୟୁଜ୍: ଚୀନରେ ପୁଣି କରୋନାର ତାଣ୍ଡବ । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଭୟଙ୍କର ଭାବେ ମାଡୁଛି ମହାମାରୀ । ଚୀନ୍‌ ସରକାର ଜିରୋ କୋଭିଡ୍‌ ନୀତି ହଟାଇ ଦେବା ପରେ ସ୍ଥିତି ଅସମ୍ଭାଳ । ପ୍ରଦିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ରବିବାର ଦିନ ୮ ହଜାର ୬୨୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ କରିବାକୁ କ୍ଲିିନିକ ବାହାରେ ଲାଗୁଛି ଲମ୍ବା ଲାଇନ୍‌ ।

ଡାକ୍ତରଖାନରେ ମଧ୍ୟ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯାଇଛି । କେବଳ ଟେଷ୍ଟ ପାଇଁ ନୁହେଁ ଔଷଧ ପାଇଁ ମଧ୍ୟ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ପର୍ଯ୍ୟପ୍ତ ଔଷଧ ନଥିବାରୁ ମହଜୁଦ ଥିବା ଔଷଧର ଦାମ୍‌ ମଧ୍ୟ ବଢିଯାଇଥିବା ଜଣାପଡିଛି । ଲୋକଙ୍କ ଆବଶ୍ୟକତାରକୁ ପୁରା କରିବାରେ ଫେଲ୍‌ ମାରୁଛି ଔଷଧ ଦୋକାନ ।

ଏପରି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ଅତିଆବଶ୍ୟକ ନପଡିଲେ ବାହାରକୁ ନଯିବାକୁ ମଧ୍ୟ କୁହାଯାଇଛି । ସାରା ବିଶ୍ୱ ଯେତେବେଳେ କୋଭିଡ୍‌ରେ ଘାଣ୍ଟି ହେଉଥିଲା ସେତେବେଳେ କଠୋର କଟକଣା ପାଇଁ ଚୀନ୍‌ରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥଲା । ଏବେ କଟକଣା ହଟିବା ପରେ ପରିଣତି ଭୟଙ୍କର ହୋଇଛି । ଗତ ବୁଧବାର ଠାରୁ ଆଜି ଭିତରେ ସ୍ଥିତି ସାଂଘାତିକ । ଦେଶରେ କରୋନା ଅନିୟନ୍ତ୍ରିତ ହେବ ବୋଲି କହିଛନ୍ତି ଚୀନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ । କେବଳ ବେଜିଂରେ ଦୁଇ କୋଟି ଲୋକ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.