Below header

ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା! ବେବି ଡାଇନୋସରର ନାଁ ଦିଆଗଲା ‘ବେବି ୟାଙ୍ଗଲିୟାଙ୍ଗ’

ଅଣ୍ଡା ଭିତରେ ଡାଇନୋସର ଛୁଆ। ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା। ଅଣ୍ଡା ଭିତରେ ଜନ୍ମ ନେବାକୁ ଥିବା ଏକ ଡାଇନୋସର ଛୁଆ ଥିଲା। ଦକ୍ଷିଣ ଚୀନରୁ ମିଳିଛି ଏହି ପୂରାତନ ଡାଇନୋସର ଅଣ୍ଡା। ଅଣ୍ଡା ମଧ୍ୟରେ ସଂରକ୍ଷିତ ହୋଇ ରହିଥିଲା ଏହି ଭ୍ରୁଣ। ଏତେ ପୂରାତନ ଡାଇନୋସର ଅଣ୍ଡା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବେବି ଡାଇନୋସରର ନାଁ ଦିଆଯାଇଛି ‘ବେବି ୟାଙ୍ଗଲିୟାଙ୍ଗ’। ଡାଇନୋସର ଛୁଆଟି ତା’ର ସେଲ୍ରୁ ବାହାରିବାର ସମୟ ହୋଇ ଯାଇଥିଲା। ଏକ ଷ୍ଟୋନ ମାଇନିଂ କମ୍ପାନୀ ୨୦୦୦ ମସିହାରେ ଏହି ଅଣ୍ଡାର ଜୀବାଂଶକୁ ଆବିଷ୍କାର କରିଥିଲା। ମାତ୍ର ସେତେବେଳେ ଏହି ବିଷୟରେ କେହି ଜାଣି ପାରି ନ ଥିଲେ। ମାତ୍ର ଅଣ୍ଡାରେ ଫାଟ ସୃଷ୍ଟି ହେବା ପରେ ସେଥିରେ କିଛି ହାଡ଼ ଦେଖା ଯାଇଥିଲା। ଏହାପରେ ବୈଜ୍ଞାନିକମାନେ ଏ ନେଇ ରିସର୍ଚ୍ଚ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.