Below header

ଜଣେ ଯୁବତୀଙ୍କ ପ୍ରେମରେ ପାଗଳ ଥିଲେ ୨ ଯୁବକ, ବିବାହ କରିବାକୁ ମନା କରିବାରୁ ମାରିଦେଲେ

ବ୍ରିଟେନରେ ପଢ଼ୁଥିବା ପାକିସ୍ତାନୀ ମହିଳାଙ୍କୁ ହତ୍ୟା କରାଯାଇଛି। ରିପୋର୍ଟ ମୁତାବକ, ଏହି ଯୁବତୀଙ୍କର ୨ ଜଣ ପ୍ରେମିକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଯୁବତୀ କାହାକୁ ବି ବାହା ହେବାକୁ ଚାହୁଁନଥିଲେ। ୨୬ ବର୍ଷୀୟା ମାୟରା ଜୁଲଫିକାରଙ୍କ ମୃତଦେହ ତାଙ୍କ ଲାହୋରସ୍ଥିତ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି।

ମାୟରା ବ୍ରିଟେନରେ ଆଇନ ପାଠ ପଢ଼ିଛନ୍ତି। ସେ ୨ ମାସ ପୂର୍ବରୁ ବ୍ରିଟେନରୁ ପାକିସ୍ତାନ ଆସିଥିଲେ। ସେ ଚାକିରି ବି କରୁଥିଲେ। ସେ ଲାହୋରରେ ଜଣେ ସାଙ୍ଗ ସହ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ।

ମାୟରାଙ୍କ ଅଙ୍କଲ ମହମ୍ମଦ ନଜୀର ଏକ ମାମଲା ରୁଜୁ କରି ଜାହିର ଜଦୁନ ଓ ସାଦ ଅମୀର ବଟ ନାମକ ୨ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। ନଜୀର କହିଛନ୍ତି ଏହି ଦୁଇ ଜଣ ଗତ କିଛିଦିନ ଧରି ମାୟରାଙ୍କୁ ହଇରାଣ କରୁଥିଲେ। ତେବେ ଏହା ଏକ ପ୍ରେମଜନିତ ମାମଲା ବୋଲି ପୋଲିସ କହିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.