Below header

ଏକାଥରେ ୯ଟି ପିଲା ଜନ୍ମ ଦେଲେ ୨୫ ବର୍ଷୀୟା ମହିଳା, ଡାକ୍ତରଙ୍କର ବି ଉଡ଼ିଗଲା ହୋସ୍

ପିଲାଟିଏ ଜନ୍ମ ହେଲେ ସବୁଠୁ ଅଧିକ ଖୁସି ହୁଏ ମା’। କିନ୍ତୁ ଯଦି ଏକକାଳୀନ ୯ ଛୁଆ ଜନ୍ମ ହୁଏ, ତେବେ ମା’ ସହ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯିବା ଏକ ସାଧାରଣ କଥା। ଏବେ ସେଭଳି ଏକ ଘଟଣା ଘଟିଛି ମାଲିରେ। ଏଠାରେ ଜଣେ ମହିଳା ଏକା ସାଙ୍ଗେ ୯ଟି ଛୁଆ ଜନ୍ମ ଦେଇଛନ୍ତି। ତେବେ ମା’ ଓ ଛୁଆମାନେ ଏବେ ସୁସ୍ଥ ଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ୨୫ ବର୍ଷୀୟା ହଲିମା ଚିସ ଗର୍ଭବତୀ ହେବା ପରେ ମାର୍ଚ୍ଚରେ ଅଲ୍ଟ୍ରାସାଉଣ୍ଡ କରିଥିଲେ। ସେତେବେଳେ ଡାକ୍ତର କହିଥିଲେ ଯେ ତାଙ୍କ ଗର୍ଭରେ ୭ଟି ଛୁଆ ଅଛନ୍ତି। ଏହା ଶୁଣିବା ପରେ ମହିଳା ବି ଚକିତ ହୋଇଯାଇଥିଲେ। ତାଙ୍କୁ ସ୍ପେଶାଲ ଟ୍ରିଟମେଣ୍ଟ ଦରକାର ଥିବାରୁ ପ୍ରଶାସନଠୁ ସାହାଯ୍ୟ ମାଗିଥିଲେ। ପରେ ତଞ୍ଜୁ ମରକୋ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ଡେଲିଭରି ପରେ ଡାକ୍ତରଙ୍କ କଥା ମିଛ ପ୍ରମାଣିତ ହୋଇଥିଲା ଓ ମହିଳା ୯ଟି ଛୁଆ ଜନ୍ମ ଦେଇଥିଲେ। ଏହି ପିଲାଙ୍କ ମଧ୍ୟରେ ୫ଟି ଝିଅ ଓ ୪ ପୁଅ ଅଛନ୍ତି। ତେବେ ଜଣେ ୨୫ ବର୍ଷୀୟା ମହିଳା ଏତେ ପିଲା ଜନ୍ମ କରିବା ମାମଲା ଦେଶରେ ପ୍ରଥମ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.