Below header

Work from home କରୁଥିଲେ ନିଅନ୍ତୁ ଏହି ତିନି ବେଷ୍ଟ ପୋଷ୍ଟପେଡ଼ ପ୍ଲାନର ସୁବିଧା

ଅନେକ ଲୋକ ପ୍ରି- ପେଡ଼ ତଥା ବ୍ରଡ଼ ବ୍ୟାଣ୍ଡ ପ୍ଲାନ ଆଦିକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେମାନେ ପୋଷ୍ଟପେଡ଼ ପ୍ଲାନ ବ୍ୟବହାର କରିବାକୁ ବେଶୀ ପସନ୍ଦ କରନ୍ତି । ଲୋକଙ୍କ ସୁବିଧା ପାଇଁ ରିଲାଏନ୍ସ ଜିଓ, ଭୋଡାଫୋନ ଆଇଡ଼ିଆ, ଏୟାରଟେଲ ପରି କେତେକ କମ୍ପାନୀ ପୋଷ୍ଟ ପେଡ ପ୍ଲାନ ଅଫର ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହି କମ୍ପାନୀ ଗୁଡିକର କେତେ ଗୁଡିଏ ପ୍ଲାନ ବିଷୟରେ କହିବାକୁ ଯାହା ଘରେ ରହି କାମ କରୁଥିବା ବା work from home ରେ ଥିବା କର୍ମଚାରୀଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ।

ଜିଓର work from home ପୋଷ୍ଟପେଡ଼ ପ୍ଲାନ:

କମ୍ପାନୀ ପକ୍ଷରୁ ୭୯୯ ଟଙ୍କିଆ ଏକ ପୋଷ୍ଟପେଡ଼ ପ୍ଲାନ ଲଞ୍ଚ କରାଯାଇଛି । ଯେଉଁଥିରେ ୧୫୦ ଜିବି ଡାଟା ସୁବିଧା ମିଳୁଛି । ଏହି ପ୍ଲାନରେ ୨୦୦ ଜିବିର ଡାଟା ରୋଲ ଓଭର ସୁବିଧା ଅଛି । ଏହି ପ୍ଲାନ ଜରିଆରେ ଦୁଇଟି ସିମ କାର୍ଡ଼ ବ୍ୟବହାର କରାଯାଇପାରିବ । ଆଉ ମଧ୍ୟ ସବୁ ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ସୁବିଧା ରହିଛି । ଏହା ସହ ପ୍ରତିଦିନ ୧୦୦ sms ପଠାଇବା ସୁବିଧା ମଧ୍ୟ ରହିଛି । ଆଉ ମଧ୍ୟ ଏହି ପ୍ଲାନରେ ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ ସମେତ ଡିଜ୍ନି ହଟଷ୍ଟାର ଆଦି ଏକ ବର୍ଷ ପାଇଁ ସବସ୍କ୍ରିପସନ କରାଯାଇପାରିବ ।

Reliance Jio releases new All-in-One plans; prices begin at Rs 199

ଏୟାରଟେଲର work from home ପୋଷ୍ଟପେଡ଼ ପ୍ଲାନ:

ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ପ୍ଲାନର ଦର ୭୪୯ ଟଙ୍କା ରହିଛି । ଏହି ପ୍ଲାନ ଜରିଆରେ 2ଟି ସିମ କାର୍ଡ ବ୍ୟବହାର କରିପାରିବେ । କମ୍ପାନୀର ଏହି ପ୍ଲାନରେ ୧୨୫ ଜିବି ଡାଟା ସୁବିଧା ରହିଛି । ଏହି ପ୍ଲାନରେ ୨୦୦ ଜିବି ଡାଟା ରୋଲ ଓଭର କରିବା ସହିତ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ରହିଛି । ଏହା ବାଦ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ କରାଯାଇପାରିବ । ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ ସମେତ ଡିଜ୍ନି ହଟଷ୍ଟାର ଆଦି ଏକ ବର୍ଷ ପାଇଁ ସବସ୍କ୍ରିପସନ କରାଯାଇପାରିବ ।

Vodafone balance | How to check Vodafone balance

ଭୋଡ଼ାଫୋନ ଆଇଡିୟା ବେଷ୍ଟ work from home ପ୍ଲାନ:

ଅନ୍ୟ ଦୁଇ ତୁଳନାରେ ଭୋଡ଼ାଫୋନ ପ୍ଲାନ ଦର ଅପେକ୍ଷାକୃତ ଶସ୍ତା ରହିଛି । ଯାହାର ବଜାର ଦର ରହିଛି ୬୯୯ ଟଙ୍କା । ଅନ୍ୟ ଗୁଡିକ ପରି ଏଥିରେ ମଧ୍ୟ ଅନଲିମିଟେଡ଼ ଡାଟା, ଅନଲିମିଟେଡ଼ କଲିଙ୍ଗ ସମେତ ୧୦୦ ଏସଏମଏସ ସୁବିଧା ରହିଛି । ଅନଲିମିଟେଡ଼ ଡାଟା ଥିବା କାରଣରୁ ଏଥିରେ ଡାଟା ରୋଲ ଓଭରର କୌଣସି ସୁବିଧା ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.