ମହିଳାଙ୍କୁ ସହାୟତା କରି ଚର୍ଚ୍ଚାରେ ଆନ୍ଧ୍ର ଟେକିଲି ଥାନା ଏସଆଇ

ପାରଳାଖେମୁଣ୍ଡି : ପୋଲିସ ଏସ୍‌ଆଇଙ୍କ ମହାନତା । ଜଣେ ମହିଳାଙ୍କୁ ସହାୟତା କରି ଚର୍ଚ୍ଚାରେ ଆନ୍ଧ୍ର ଟେକିଲି ଥାନା ଏସଆଇ ଏନ. ଚନ୍ଦ୍ର ଶେଖର । ହାଇଦ୍ରାବାଦରୁ ଏକ କାର ଯୋଗେ ମହିଳା ଜଣକ ସ୍ୱାମୀଙ୍କ ସହ ବାଲେଶ୍ୱର ଯାଉଥିବା ବେଳେ ବାଟରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ଗାଡି ଚାଳକ ଜଣକ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ରାସ୍ତା କଡରେ ଛାଡି ଦେଇ ଚାଲି ଯାଇଥିଲେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଜଣକ ସ୍ୱାମୀଙ୍କ ମୃତଦେହ ଧରି ରାସ୍ତା କଡରେ ବସି ରହିଥିଲେ । ଟେକିଲି ଥାନା ଏସଆଇ ଏନ. ଚନ୍ଦ୍ରଶେଖର ଘଟଣାସ୍ଥଳରେ ପହଞ୍ଚି ଗାଡି ସାହାଯ୍ୟରେ ମହିଳାଙ୍କୁ ବାଲେଶ୍ୱର ପଠାଇଥିଲେ । କରୋନା କଟକଣା ଥିବାରୁ ନିଜ ମୋବାଇଲ ନମ୍ବରରେ ଏକ ଭିଡିଓ ବାର୍ତ୍ତାରେ ଦେବାସହ ଆନ୍ଧ୍ର ଓ ଓଡିଶାର ପୋଲିସକୁ ଏହି ଗାଡି କିମ୍ବା ଗାଡି ଚାଳକଙ୍କୁ ହଇରାଣ ନ କରିବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.