ଭଞ୍ଜନଗର: ମାନବିକତା ବଞ୍ଚିଛି ଏମାନଙ୍କ ଯୋଗୁଁ, ନିଜ ଲୋକ ପର କରିଥିବା ମୃତଦେହକୁ କଲେ ସତ୍କାର

ଭଞ୍ଜନଗର (କେନ୍ୟୁଜ୍‌) : ମୃତ ଦେହକୁ ନେଲେ ନାହିଁ ପରିବାର ଲୋକେ କୋଭିଡ୍ କେୟାର ସେଣ୍ଟରରେ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ପହଞ୍ଚିଥିଲେ କିଛି ଯୁବ ସ୍ବେଛାସେବୀ ।

ଜୀବନ ଥିବା ସମୟରେ ସବୁ ନିଜର ଥିଲେ ହେଲେ ଶବ ହୋଇଗଲା ପରେ ନିଜ ଲୋକ ବି ମଲାଦେହ ପାଖକୁ ଆସିଲେ ନାହିଁ । ଶବ ନେବା ପାଇଁ ମନା କରିଦେଲେ । ଗଂଜାମ ଜିଲ୍ଲା ଭଂଜନଗର କୋଭିଡ୍ କେୟାର ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏମିତି ଏକ ଘଟଣା ନଜରକୁ ଆସିଛି । ଏହି ଘଟଣା ଜଣା ପଡ଼ିବା ପରେ ଭଂଜନଗର ‘ହେଲପିଙ୍ଗ୍ ହେଣ୍ଡ୍’ ସ୍ଵେଚ୍ଛାସେବୀ ସଂଗଠନର କିଛି ଯୁବକ ସେଠାରେ ପହଞ୍ଚିଥିଲେ । ସେମାନଙ୍କ ମନରେ ନା’ଥିଲା ଘୃଣା ମନୋଭାବ ନା’ଥିଲା ଭୟ । ପ୍ରଶାସନର ଅନୁମତି ନେଇ ସ୍ୱଇଚ୍ଛାରେ କୋଭିଡ୍ କେୟାର ସେଣ୍ଟରରୁ ମୃତଦେହକୁ ମହାପ୍ରୟାଣ ଗାଡ଼ିରେ ନେଇ ନିକଟସ୍ଥ ଶ୍ମଶାନରେ ଦାହ କରିଥିଲେ ।

volunteerଏହି ଘଟଣା ସାଧାରଣରେ ପ୍ରଘଟ ହେବା ପରେ ସଂପୃକ୍ତ ସ୍ବେଛାସେବୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କୋଭିଡ୍ କେୟାର ସେଣ୍ଟରରେ ମୃତ୍ୟୁ ଏବଂ ସଂକ୍ରମଣର ଭୟ । ଏସବୁ ଭିତରେ ସାଧାରଣ ମଣିଷର ଜୀବନ ଦୁର୍ବିସହ ହୋଇପଡ଼ିଛି । ଅଧିକାଂଶ ଲୋକ ଭୟଗ୍ରସ୍ତ । ସେ ନିଜର ହେଉ ଅବା ପରର କୋଭିଡ୍‌ରେ ମୃତ୍ୟୁକୁ ନେଇ ଆତଙ୍କିତ ସମସ୍ତେ । ତେଣୁ ନିଜ ଲୋକ ବି ମୃତ୍ୟୁ ପରେ ଦୂରେଇ ଯାଉଛନ୍ତି । ମୃତକଙ୍କ ସଂପର୍କୀୟମାନେ ମଧ୍ୟ ଏମିତି କିଛି ଦ୍ୱନ୍ଦ୍ୱ ଭିତରେ ପଡ଼ିଯାଇଥିବା କୁହାଯାଉଛି । ମୃତ ଦେହ ନେଲେ ସଂକ୍ରମଣ ଭୟ ସହ ନିଜ ଗାଁ ଅଞ୍ଚଳର ଲେକେ ମଧ୍ୟ ବିରୋଧ କରିବାର ଆଶଙ୍କା ରହିଛି । ତେବେ ଏସବୁ ଭାବନା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ଟାଣି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ଯୁବ ସ୍ଵେଚ୍ଛାସେବୀମାନେ ।

ଗତ ବର୍ଷ ମଧ୍ୟ କରୋନା ସମୟରେ ଏହି ସ୍ବେଛାସେବୀମାନେ, ଗରିବ, ଅସହାୟ ଓ ଯାଯାବର ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ସେବା ଯୋଗାଇଥିଲେ । ଚଳିତ ବର୍ଷ ମଧ୍ୟ ଏହି ସେବା ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.