Below header

ମୋବାଇଲ ଫୋନ୍ ହେଉ ଅବା ଡୋର ବେଲ୍ କେବେ ବି ରଖନ୍ତୁ ନାହିଁ ଏହି ଟୋନ୍, ପରିବାର ଉପରେ ପଡ଼ିବ କୁପ୍ରଭାବ

ବାସ୍ତୁ ଶାସ୍ତ୍ରରେ ଜୀବନକୁ ସରସ ସୁନ୍ଦର କରିବାକୁ ଅନେକ ଟିପସ ଦିଆଯାଇଛି। ଏଥିରେ ଘରେ କେଉଁ ଶବ୍ଦ ହେବା ଭଲ ଓ ଖରାପ ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଘରେ ମୋବାଇଲ ଫୋନ, ଡୋର ବେଲ, ଘଣ୍ଟା ଓ ଅନ୍ୟ ଶବ୍ଦ ଉତ୍ପନ୍ନ କରୁଥିବା ଜିନିଷ ଆଦି ରହିଥାଏ। ଏହି ଶବ୍ଦର ପ୍ରଭାବ ଘରର ବାତାବରଣ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ମୋବାଇଲର ରିଂ ଟୋନ୍ ଓ କଲିଂ ବେଲର ଶବ୍ଦ କେମିତି ହେବା ବାସ୍ତୁ ଅନୁସାରେ ଶୁଭ ହୋଇଥାଏ…

ବାସ୍ତୁବିତଙ୍କ ମତରେ ଧ୍ୱନି ଯେମିତି ହୋଇଥାଏ, ଘର ଉପରେ ବି ତାର ପ୍ରଭାବ ସେଭଳି ପଡ଼େ। ଏଣୁ ଘରେ ପ୍ରତ୍ୟେକ ଜିନିଷର ଧ୍ୱନି ଅର୍ଥାତ୍ ଶବ୍ଦ ଉପରେ ଧ୍ୟାନ ରଖିବା ଖୁବ ଜରୁରୀ। କିଛି ଲୋକ ମୋବାଇଲରେ ନିଜ ପସନ୍ଦର କର୍କଶ ରିଂ ଟୋନ୍ ରଖିଥାନ୍ତି। କିନ୍ତୁ ଏହି ଶବ୍ଦ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ଘରର ସଦସ୍ୟଙ୍କ ଚିନ୍ତାଧାରା ଉପରେ ମଧ୍ୟ ପ୍ରଭାବ ପକାଏ, ଫଳରେ ଝଗଡ଼ା- ପାଟି ତୁଣ୍ଡ ଆଦି ହୁଏ।

ଏଣୁ ସବୁବେଳେ ମୋବାଇଲରେ ଏଭଳି ରିଂଟୋନ୍ ରଖନ୍ତୁ, ଯାହା ଶ୍ରୁତି ମଧୁର ହୋଇଥିବ। କେବଳ ମୋବାଇଲ ନୁହେଁ ଆଲର୍ମ, ଘଣ୍ଟା ଓ ଡୋର ବେଲ୍ ଆଦିର ଶବ୍ଦ ସବୁବେଳେ ଶୁଣିବାକୁ ଭଲ ଲାଗିବା ଭଳି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.