୪-ଷ୍ଟାର୍ ହୋଟେଲରେ ବିଦେଶୀ ଯୁବତୀଙ୍କ ସହ ବନ୍ଧୁତା କଲେ, ପୁଣି ସି-ବିଚରେ କଲେ ଦୁଷ୍କର୍ମ
ଏକ ରିସୋର୍ଟ ଟାଉନରେ ଛୁଟିର ମଜା ନେଉଥିବା ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ବିଦେଶୀ ଯୁବତୀ କହିଛନ୍ତି, ଫ୍ରାନ୍ସର ଜଣେ ଯୁବ ପର୍ଯ୍ୟଟକ ତାଙ୍କୁ ସମୂଦ୍ର ବେଳାଭୂମିରେ ଦୁଷ୍କର୍ମ କରିଛନ୍ତି। ଅଗଷ୍ଟ ୮ରେ ସ୍ପେନର ମଜୋରକା ଆଇଲ୍ୟାଣ୍ଡରେ ଘଟିଥିବା ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଯୁବକ ଜଣକ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଦୁଷ୍କର୍ମକୁ ବିରୋଧ କରିବେ, ତା’ହେଲେ ତାଙ୍କୁ ସମୁଦ୍ରରେ ବୁଡ଼ାଇ ମାରିଦେବେ। ତେବେ ଅଭିଯୋଗ ପାଇ ପୋଲିସ ଉକ୍ତ ଫ୍ରାନ୍ସ ପର୍ଯ୍ୟଟକଙ୍କୁ ଗିରଫ କରିନେଇଛି।
ଏହାସହ ପଢ଼ନ୍ତୁ: ପଡ଼ୋଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଇ ଭାଇଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା
ସ୍ଥାନୀୟ ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫ୍ରାନ୍ସ ଯୁବକ ଜଣକ ଏହି ଘଟଣାର ଭିଡିଓ ବନାଇ ତାହାକୁ ସ୍ନାପଚାଟରେ ପୋଷ୍ଟ ମଧ୍ୟ କରିଦେଇଥିଲେ। କିନ୍ତୁ ସେ ପୋଲିସ ଆଗରେ ଭିଡିଓ ତିଆରି କରି ନ ଥିବା ସଫେଇ ଦେବା ସହ ଯୁବତୀଙ୍କ ଅନୁମତି ନେଇ ସମ୍ବନ୍ଧ ରଖିଥିବା କହିଥିଲେ। ଅଭିଯୁକ୍ତ ଯୁବକ ଏବଂ ବିଦେଶୀ ଯୁବତୀ ଏକ ୪-ଷ୍ଟାର୍ ହୋଟେଲରେ ରହୁଥିଲେ। ଏମିତି କୁହାଯାଉଛି କି, ପୂର୍ବରୁ ଦୁଇଜଣ ଦୁଇଜଣଙ୍କୁ ଜାଣିଥିଲେ। ସ୍ଥାନୀୟ ଏକ ଖବରକାଗଜର ରିପୋର୍ଟ ଅନୁସାରେ, ବୁଧବାର ରାତିରେ ଉଭୟ ଏକାଠି ରହିବା ପରେ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ବନ୍ଧ ହୋଇଥିଲା। ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଥିବା ବେଳେ କୋର୍ଟରେ ମାମଲାର ଶୁଣାଣି ହୋଇଛି। ତେବେ ଅଭିଯୁକ୍ତଙ୍କୁ କେଉଁଠାକୁ ପଠାଯାଇଛି, ସେ ନେଇ ଏ ପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।