ଘଟଗାଁ : ବନ୍ଧୁକ ଓ ଭୁଜାଲି ଦେଖାଇ ଶିକ୍ଷକଙ୍କ ଠାରୁ ବାଇକ, ଟଙ୍କା ଓ ମୋବାଇଲ ଲୁଟ୍
ଘଟଗାଁ (କେ ନ୍ୟୁଜ୍) : ବନ୍ଧୁକ ଓ ଭୁଜାଲି ଦେଖାଇ ଚାରି ଜଣ ଶିକ୍ଷକଙ୍କ ଠାରୁ ଲୁଟ୍ । ବାଇକ୍, ମୋବାଇଲ ଓ ଟଙ୍କା ଲୁଟି ନେଲେ ଛଅ ଜଣ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ନିକଟରେ ନିଛାଟିଆ ସ୍ଥାନରେ ଲୁଟ୍ର ଶିକାର ହୋଇଛନ୍ତି ଏମାନେ । ହରିଚନ୍ଦନପୁର ବ୍ଳକର ବିଭିନ୍ନ ସ୍କୁଲରେ ଶିକ୍ଷା ସହାୟକ ଥିବା ଏହି ଚାରି ଜଣ ଶିକ୍ଷକ ସ୍କୁଲ ଛୁଟି ପରେ ମୟୁରଭଞ୍ଜ ଜିଲ୍ଲାର ନିଜ ନିଜ ଗ୍ରାମକୁ ଏକା ସାଙ୍ଗରେ ଯାଉଥିଲେ । ଏମାନଙ୍କୁ ପ୍ରଥମେ ତିନି ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଟକାଇ ଥିଲେ। ପରେ ଅନ୍ୟ ତିନିଜଣ ସହଯୋଗୀ ପହଞ୍ଚି ସେମାନଙ୍କୁ ମାରଣାସ୍ତ୍ରରେ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ଲୁଟେରାମାନେ ଶିକ୍ଷକଙ୍କ ଠାରୁ ଗୋଟିଏ ବାଇକ, ଦୁଇଟି ମୋବାଇଲ, ତିନିଟି ବ୍ୟାଗ ସହ ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ସେମାନଙ୍କ ଆକ୍ରମଣରେ ଜଣେ ଶିକ୍ଷକ ଆହତ ହୋଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପୋଲିସ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।