Below header

ସପନା ଚୌଧୁରୀଙ୍କ ‘ଖଳନାୟିକା’ ଅବତାର, ଏହି ଅନ୍ଦାଜରେ ଦେଉଛନ୍ତି କ୍ୟୁଟ୍ ଏକ୍ସପ୍ରେସନ

ସପନା ଚୌଧୁରୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ସେ ଲଗାତାର ଆକ୍ଟିଭ ରହୁଥିବା ବେଳେ ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ସେ ‘ତାଉ ହଟ୍ ଯା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଏବଂ ଏହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ଏଥର ସପନାଙ୍କର ଆଉ ଏକ ଭିଡିଓ ବି ଇନଷ୍ଟାଗ୍ରାମ୍ ପେଜରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଖଳନାୟକ ଅବତାର ନଜର ଆସୁଛି। ସେ ସଞ୍ଜୟ ଦତ୍ତଙ୍କ ପପୁଲାର ଫିଲ୍ମ ‘ଖଳନାୟକ’ର ଏକ ଗୀତରେ ବଢ଼ିଆ ଏକ୍ସପ୍ରେସନ ଦେଉଛନ୍ତି।

ଭିଡିଓରେ ଦେଖାଯାଇଛି, ସଞ୍ଜୟ ଦତ୍ତଙ୍କ ଲୋକପ୍ରିୟ ଗୀତ ‘ନାୟକ ନେହିଁ ଖଳନାୟକ ହୁଁ ମେଁ’ରେ ସପନା ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ତାଙ୍କର ଅଲଗା ଷ୍ଟାଇଲ ଦେଖିବାକୁ ମିଳୁଛି। ଟୋପି ପିନ୍ଧି ସପନା କ୍ୟୁଟ୍ ଏକ୍ସପ୍ରେସନ ଦେଉଥିବାର ନଜର ଆସୁଛି। ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି। ତେବେ ଏହା ପୂର୍ବରୁ ତାଙ୍କର କେତେକ ଫଟୋ ମଧ୍ୟ ଶୁଟିଂ ସେଟରୁ ସାମ୍ନାକୁ ଆସିଥିଲା।

 

 

View this post on Instagram

 

#sapnachoudhary #sapnachaudhary

A post shared by DESI QUEEN 👑👑 (@isapnachaudhary) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.