ପୁରୀ: ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ହଜିଯାଇଥିବା ବ୍ୟକ୍ତି, ୧୯୯୯ ମହାବାତ୍ୟା ପରଠୁ ଥିଲେ ନିଖୋଜ
ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ୧୯୯୯ ମହାବାତ୍ୟାରେ ନିଜ ଘରଠୁ ଦୂରକୁ ଚାଲିଯାଇଥିଲେ ପୁରୀ ଆଡକିଆ ଶବରସାହିର ପୁନିଆ ବେହେରା । ଏଣେତେଣେ ବୁଲି ଶେଷରେ ଅନୁଗୁଳରେ ପହଞ୍ଚିଥିଲେ । ପାଗଳ ଭଳି ବୁଲୁଥିବା ଦେଖି ପୁନିଆଙ୍କୁ ଲିଙ୍ଗରାଜୋଡି ଅଞ୍ଚଳରୁ ଉଦ୍ଧାର କରିଥିଲେ ଅନୁଗୁଳ ସାଥୀ ପରିବାର । ପୁନିଆଙ୍କ ଯତ୍ନ ନେବା ସହ ତାଙ୍କ ବିଷୟରେ ପଚାରି ବୁଝିଥିଲେ । ପରେ ଅନୁଗୁଳ ସାଥୀ ପରିବାର ପୋଲିସ ସହାୟତାରେ ପୁନିଆଙ୍କୁ ନିଜ ଘରେ ଛାଡିଥିଲେ। ଦୀର୍ଘ ବର୍ଷ ପରେ ପୁନିଆଙ୍କୁ ପାଇ ପରିବାର ଲୋକେ ବେଶ୍ ଖୁସି ।