ଜମ୍ମୁ-କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଟ୍ଵିଟରରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ

ଜମ୍ମୁ- କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଏହା ଉପରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ଟ୍ଵିଟରରେ ମୁହାଁମୁହିଁ। ଜମ୍ମୁ- କଶ୍ମୀରରୁ ୩୭୦ ଧାରା ଉଠିବା ନେଇ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ କହିଥିଲେ ଦଳର କର୍ମୀମାନେ ଏବେ କଶ୍ମୀରର ସୁନ୍ଦରୀ ଝିଅଙ୍କୁ ବାହା ହୋଇ ପାରିବେ। ଏହି ମନ୍ତବ୍ୟ ପରେ ଗତକାଲି ମନୋହର ଲାଲ ଖଟ୍ଟର ଏକ ରାଲିରେ କହିଥିଲେ, ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍‌ । ପୂର୍ବରୁ ଆମର ଜଣେ ମନ୍ତ୍ରୀ କହୁଥିଲେ ବିହାର ଝିଅଙ୍କୁ ବୋହୂ କରିବାକୁ । ଏବେ ଜମ୍ମୁ-କଶ୍ମୀର ମୁକ୍ତ ହୋଇଥିବାରୁ ଲୋକେ କଶ୍ମୀରରୁ ଝିଅ ଆଣିବାକୁ ପସନ୍ଦ କରିବେ। ତେବେ ଖଟ୍ଟରଙ୍କ ଏହି ମନ୍ତବ୍ୟକୁ ରାହୁଲ ଟ୍ଵିଟ୍‌ କରି ବିରୋଧ କରିଥିଲେ । ରାହୁଲ କହିଥିଲେ ମହିଳାମାନେ ପୁରୁଷଙ୍କ ଜାଗିର ନୁହନ୍ତି । ରାହୁଲଙ୍କ ଟ୍ଵିଟ୍‌ ପରେ ତୁରନ୍ତ ଜବାବ ରଖିଥିଲେ ହରିଆଣା ମୁଖ୍ୟମନ୍ତ୍ରୀ। କହିଥିଲେ, ଆପଣ ଯେଉଁ ସ୍ତରର ନେତା ଅନ୍ତତଃ ଏହା ଉପରେ ପ୍ରତିକ୍ରିୟା ରଖିବା ଅନୁଚିତ । ଏଥିସହ ନିଜେ କଣ କହିଥିଲେ, ତାର ଏକ ଭିଡିଓ କ୍ଲିପ୍‌ ମଧ୍ୟ ଟ୍ଵିଟରରେ ଆଟାଚ୍‌ କରିଛନ୍ତି ଖଟ୍ଟର କଶ୍ମୀର