ମର୍ଦାନୀ ୨: ଏହି ଦିନ ରିଲିଜ୍ ହେବ ଫିଲ୍ମ, ୨୧ ବର୍ଷୀୟ ଭିଲେନଙ୍କ ସହ ରାନୀ ମୁଖାର୍ଜୀଙ୍କର ହେବ ସାମ୍ନାସାମ୍ନି
ଶିଶୁ ଚାଲାଣ ଉପରେ ତିଆରି ହୋଇଥିବା ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ୨୦୧୪ରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ କମାଇଥିଲା। ତେବେ ଫିଲ୍ମର ସଫଳତାକୁ ନଜରରେ ରଖି ଏହାର ସ୍ବୀକ୍ବେଲ ଏବେ ତିଆରି ହେଉଛି, ଯେଉଁଥିରେ ପୋଲିସ ଏସିପି ଶିବାନୀ ଶିବଜୀ ରାୟଙ୍କ ଆକ୍ସନ ଅବତାର ପୁଣିଥରେ ଦେଖିବାକୁ ମିଳିବ। ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଦେଇଛନ୍ତି। ମର୍ଦାନୀ ୨ ଚଳିତବର୍ଷ ଶେଷ ଆଡ଼କୁ ଅର୍ଥାତ୍ ଡିସେମ୍ବର ୧୩ରେ ମୁକ୍ତିଲାଭ କରିବ।
ଏହାସହ ପଢ଼ନ୍ତୁ: ଦୀପିକା ପାଦୁକୋନ ସେୟାର କଲେ ନିଜର ବୋଲ୍ଡ ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ
ୟଶ୍ ରାଜ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଉଛି। ରିଲିଜ ତାରିଖର ଘୋଷଣା ୟଶ୍ ରାଜ ଫିଲ୍ମର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ପୋଷ୍ଟରେ ରାଣୀ ମୁଖାର୍ଜୀଙ୍କ ପୋଲିସ ଲୁକର ଏକ ଫଟୋ ସେୟାର ହୋଇଛି। ଏହାସହିତ ସୂଚନା ଦିଆଯାଇଛି ଯେ ଶିବାନୀ ଶିବଜୀ ରାୟ ଭୂମିକାରେ ରାଣୀ ନଜର ଆସିବେ। ମର୍ଦାନୀ ୨ ଆପଣଙ୍କ ନିକଟତମ ପ୍ରେକ୍ଷାଳୟରେ ୨୦୧୯, ଡିସେମ୍ବର ୧୩ରେ ରିଲିଜ୍ ହେବ।
ରିପୋର୍ଟ ଅନୁସାରେ, ଏଥର ରାଣୀଙ୍କ ସାମ୍ନା ଜଣେ ୨୧ ବର୍ଷୀୟ ଭିଲେନ୍ ସହିତ ହେବ। ଲମ୍ବା ସମୟ ଧରି ଫିଲ୍ମର ଶୁଟିଂ ଜୟପୁର ଓ ରାଜସ୍ଥାନର ଆଖପାଖ ସ୍ଥାନରେ ଚାଲୁଥିଲା ଏବଂ ଏବେ ଏହାର ଶୁଟିଂ ଶେଷ ହୋଇଛି। ନିର୍ମାତାଙ୍କ କହିବାନୁଯାୟୀ, ଏଥିରେ ପୂର୍ବ ଫିଲ୍ମଠାରୁ ଅଧିକ ଆକ୍ସନ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଗୋପୀ ପୁତରନ କରିଛନ୍ତି ଏବଂ ସେ ମଧ୍ୟ ‘ମର୍ଦାନୀ’ର କାହାଣୀ ଲେଖିଥିଲେ।
#Mardaani2 starring #RaniMukerji as Shivani Shivaji Roy releasing in theatres near you on 13th December 2019. #Mardaani2OnDecember13 | @Mardaani2 pic.twitter.com/JZp3Numa2k
— Yash Raj Films (@yrf) August 10, 2019