ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ, ସୂଚନା ଦେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ

ଆସନ୍ତା ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ରହିଛି ୬୧୦.୩୯ ଫୁଟ୍‌ । ଡ୍ୟାମକୁ ସେକେଣ୍ଡ ପିଛା ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୧୬ ହଜାର ୯୨୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗତକାଲି ରାତି ୧୧ଟା ସୁଦ୍ଧା ଜଳ ୬୦୯ ଫୁଟରେ ଥିବା ବେଳେ ଆଜି ସକାଳ ୭ଟା ବେଳକୁ ୬୧୦ ଫୁଟ୍‌ ଅତିକ୍ରମ କରିଛି । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରରେ ୬୧୫ ଫୁଟ ରହିବା କଥା, କିନ୍ତୁ ଏହା ଶୀଘ୍ର ପୁରଣ ହୋଇଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.