Below header

କରୋନା: ଏହି ବ୍ୟାଙ୍କ କର୍ମଚାରୀଙ୍କ ଯୁଗାଡ଼ ଦେଖନ୍ତୁ, ଆପଣ ବି ଅଟକିଯିବେ କିଛି ସମୟ

ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି। କୁହାଯାଉଛି, ଭିଡ଼ିଓଟି କେଉଁ ଏକ ବ୍ୟାଙ୍କର, ଯେଉଁଥିରେ ଜଣେ କ୍ୟାସିୟର କରୋନା ଭାଇରସରୁ ବର୍ତ୍ତିବା ପାଇଁ ଚିମୁଟା ଓ ଆଇରନ ବ୍ୟବହାର କରୁଥିବା ନଜର ଆସୁଛନ୍ତି। ଲୋକେ ମଧ୍ୟ ତାଙ୍କର ଏହି ଯୁଗାଡ଼କୁ ଖୁବ ପସନ୍ଦ କରୁଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳୁଛି, ବ୍ୟାଙ୍କ କର୍ମଚାରୀ ଜଣକ ଯେତେବେଳେ ଗ୍ରାହକଙ୍କଠାରୁ ଚେକ କିମ୍ବା କ୍ୟାଶ ନେଉଛନ୍ତି, ସେତେବେଳେ ସେ ହାତ ବଦଳରେ ଚିମୁଟା ବ୍ୟବହାର କରୁଛନ୍ତି। ଏହାପରେ ତା ଉପରେ ଗରମ ଆଇରନ ଚଲାଉଛନ୍ତି।

27 ସେକେଣ୍ଡର ଏହି ଭିଡ଼ିଓକୁ Ananth Rupanagudi ମାର୍ଚ୍ଚ 3ରେ ଟୁଇଟରରେ ସେୟାର କରିଥିଲେ। ଭିଡ଼ିଓକୁ ଏ ପର୍ଯ୍ୟନ୍ତ 65 ହଜାରରୁ ଅଧିକ ଭିୟୁ ଏବଂ 3 ହଜାରରୁ ଅଧିକ ଲାଇକ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.