ରାଜଧାନୀରେ ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜଧାନୀରେ ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଜଣେ ୭୦ବର୍ଷୀୟ ଅଷ୍ଟ୍ରେଲିଆ ଫେରନ୍ତା ଆଉ ଜଣେ ୨୯ ବର୍ଷୀୟ ଯୁବକ ବୋଲି ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ।  ୭୦ବର୍ଷିୟ ବୃଦ୍ଧ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର ରହୁଛନ୍ତି । ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରୁ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ।

ଅନ୍ୟ ଆକ୍ରାନ୍ତ ଜଣଙ୍କ ବମିଖାଲ ଅଞ୍ଚଳର ୨୯ ବର୍ଷୀୟ ଯୁବକଙ୍କ ନମୂନା କୋଭିଡ ପଜିଟିଭ ଆସିଛି । ତାଙ୍କର କିନ୍ତୁ ଗସ୍ତ ବିବରଣୀ ଜଣାପଡ଼ି ନାହିଁ। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.