Below header

ଭୁଲ ଦିଗରେ ଦୀପ ଶିଖା ରହିଲେ ହୋଇଥାଏ ଏହିସବୁ କ୍ଷତି, ଜାଣନ୍ତୁ କଣ କହୁଛି ବାସ୍ତୁଶାସ୍ତ୍ର

ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାମ କରିବା ପୂର୍ବରୁ ପ୍ରଥମେ ଦୀପ ଜଳାଯାଇଥାଏ । ସକାଳ ସନ୍ଧ୍ୟାରେ ହେଉଥିବା ପୂଜାରେ ଦୀପ ଜଳାଇବାର ମଧ୍ୟ ପରମ୍ପରା ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଦୀପ ଜଳାଇବା ଏବଂ ତାକୁ ଠିକ ଦିଗରେ ରଖିବା ନେଇ ଅନେକ ନିୟମ ରହିଛି । ଦ୍ଵୀପର ଶିଖା କେଉଁ ଦିଗକୁ ରହିବା ଉଚିତ୍ ସେନେଇ ବାସ୍ତୁଶାସ୍ତ୍ରରେ ଅନେକ କଥା ଲେଖା ଯାଇଛି । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମ ବିଷୟରେ ।

Happy Diwali - Diya Lamps Stock Footage Video (100% Royalty-free ...

  • ଦୀପ ଶିଖା ପୂର୍ବ ଦିଗକୁ ରଖିବା ଦ୍ଵାରା ଆୟୁଷ ବୃଦ୍ଧି ହୋଇଥାଏ ।
  • ଦୀପ ଶିଖା ପଶ୍ଚିମ ଦିଗରେ ରଖିବା ଦ୍ଵାରା ଆୟୁଷ ହାନି ହୋଇଥାଏ ।
  • ଦୀପ ଶିଖାକୁ ଉତ୍ତର ଦିଗ ଆଡ଼କୁ ରଖିବା ଦ୍ଵାରା ଧନଲାଭ ହୋଇଥାଏ ।
  • ଦୀପ ଶିଖା ଦକ୍ଷିଣ ଦିଗକୁ ରଖିବା ଦ୍ଵାରା କ୍ଷତି ଘଟିଥାଏ, ଏହି କ୍ଷତି କୌଣସି ବ୍ୟକ୍ତି କିମ୍ବା ଧନ ରୂପରେ ମଧ୍ଯ ହୋଇପାରେ ।
  • କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଦ୍ଵୀପ ଜଳାଇବା ସମୟରେ ମନ୍ତ୍ର ଜପ କରିବା ଦ୍ୱାରା ଶୀଘ୍ର ସଫଳତା ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.