Below header

୨୪ ଘଣ୍ଟାରେ ୯ ଜଣ ଆତଙ୍କବାଦୀକୁ ସଫା କଲା ଭାରତୀୟ ସେନା, ୩ ଜବାନ ସହିଦ

ଶ୍ରୀନଗର : ୨୪ ଘଣ୍ଟା ମଧ୍ୟରେ ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି । ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ମୁହଁତୋଡ ଜବାବ ଦେଇଛି । ଏହାପରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ଅପରେସନକୁ ୪ ପାରା ସ୍ପେଶାଲ ଫୋର୍ସ, ୪୧ ଆରଆର, ୫୭ ଆରଆର, ୮ ଜାଟ ଏବଂ ଏସଓଜି କୁପୱାଡାର ସଂଯୁକ୍ତ ଟିମ ମିଳିତ ଭାବେ କରିଥିଲେ ।ସେହିପରି ଏହି ଭାରତୀୟ ସେନାର ୩ ଜଣ ଜବାନ ସହିଦ ହୋଇଛନ୍ତି। ଏବେବି ସେହି ଅଂଚଳରେ ଯାଞ୍ଚ ଚାଲିଛି, ଅନୁମାନ କରାଯାଉଛି ଯେ ଏବେବି ସେହି ଇଲାକାରେ ଆତଙ୍କବାଦୀ ଲୁଚି ରହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.