Below header

କରୋନା ପାଇଁ ବିଏମସି ଓ ଅଗ୍ନିଶମ ବିଭାଗର ତତ୍ପରତା, ଆଜି ରାଜଧାନୀରେ କରାଯିବ ୧୦ ହାଟକୁ ସାନିଟାଇଜେସନ

କେନ୍ୟୁଜ(ବ୍ୟୁରୋ): କରୋନା ପାଇଁ ବିଏମସି ପକ୍ଷରୁ କରାଯାଉଛି ସାନିଟାଇଜ । ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ଟି ହାଟ ସାନିଟାଇଜ ହେବାର ସୂଚନା ରହିଛି। ବିଏମସି ଓ ଫାୟାର ସର୍ଭିସ୍‌ ଏହି ସାନିଟାଇଜ କାମ କରିବ। କରୋନାର ଭୟାବହତା ଦେଖି ଏପରି ପଦକ୍ଷେପ ନେଇଛି ବିଏମସି ଓ ଅଗ୍ନିଶମ ବିଭାଗ । ଆଜି ସାନିଟାଇଜ ହେବାକୁ ଥିବା ହାଟ ଗୁଡିକ ହେଲା ୟୁନିଟ୍-୧ ହାଟ, ୟୁନିଟ-୪ ମାର୍କେଟ, ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ୍-୩ ଡେଲି ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ହାଟ ଓ ମା କୋଚିଲେଇ ହାଟ । ଏହି ସବୁ ହାଟ ଗୁଡିକ ରାଜଧାନୀର ପ୍ରମୁଖ ହାଟ ହେଇଥିବାରୁ ଏହାକୁ ସାନିଟାଇଜ କରାଗଲେ କରୋନା ସଂକ୍ରମଣର ଡରଟା କମିଯିବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.