Below header

କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ବ୍ରହ୍ମପୁରର ସଫେଇ କର୍ମଚାରୀ “ରାଣୀ”, ଟଙ୍କା ମାଳ ପିନ୍ଧାଇ ସମ୍ବର୍ଦ୍ଧନା ଦେଲେ ଆଠ ନମ୍ବର ୱାର୍ଡର ମହିଳାମାନେ

ବ୍ରହ୍ମପୁର(କେନ୍ୟୁଜ): ରାତି ପାହିଲେ ସାହି ସାହି ବୁଲି ସଫେଇ କରନ୍ତି ଅନେକ ସଫେଇ କର୍ମଚାରୀ। ଏମାନଙ୍କ ମଧ୍ୟରୁ “ରାଣୀ” ହେଉଛନ୍ତି ଅନ୍ୟତମ । ତେବେ ଏହି ରାଣୀ ଆଜି ପାଇଛନ୍ତି ସମ୍ବର୍ଦ୍ଧନା । ବ୍ରହ୍ମପୁର ମହାନଗର ନିଗମ ର ଆଠ ନମ୍ବର ୱାର୍ଡର ବାଛୁବାରି ସାହିର ମହିଳା ମାନେ ଏକତ୍ର ହୋଇ ସଫେଇ କର୍ମଚାରୀଙ୍କ ଗଳାରେ ଟଙ୍କା ମାଳ ପିନ୍ଧାଇବା ସହ ଫୁଲ ପକାଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏପରି ଦେଖି ସଫେଇ କର୍ମଚାରୀ ‘ରାଣୀ ‘ମଧ୍ୟ ଅଭିଭୂତ ହୋଇପଡିଥିଲେ । ସଫେଇ କର୍ମଚାରୀ ଜଣକ ସାହି ଅତ୍ୟନ୍ତ ଭଲ ଭାବରେ ସଫା କରିଥାନ୍ତି । କରୋନା ର ମୁକାବିଲା କରିବା ପାଇଁ ସରକାର ସତର୍କତା ଓ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।ଏଥିପାଇଁ ପୋଲିସ, ଡାକ୍ତର, ପୌରସଂସ୍ଥା କର୍ମଚାରୀ, ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ହେଲ୍ ପର,ଆଶା କର୍ମୀ ଙ୍କ ସମେତ ବହୁ ସରକାରୀ ଓ ବେସରକାରୀ ଲୋକ କରୋନା ର ମୁକାବିଲା ପାଇଁ କାମ କରୁଛନ୍ତି, ତେବେ ରଶ୍ମୀ ଉଇଁବା ପୂର୍ବରୁ ସଫେଇ କର୍ମଚାରୀ ସାହି ସାହିରେ ପହଞ୍ଚି ସଫେଇ କରିଥାନ୍ତି, କୁହାଯାଏ ସ୍ବଚ୍ଛତା ହିଁ ଅନେକ ପ୍ରକାର ସଂକ୍ରମିତ କୁ ରୋକାଯାଇପାରିବ । ତେଣୁ ଜୀବନ ଜୀବିକା ସହିତ ଗୋଟିଏ ସାମାଜିକ ଦାୟିତ୍ୱବୋଧ ଭାବେ କାର୍ଯ୍ୟ କରିଆସୁଥିବା ସଫେଇ କର୍ମଚାରୀ ଙ୍କୁ ବେଳେ ବେଳେ ପ୍ରଶଂସା ବି’ ମିଳୁଛି । ବାଛୁବାରି ସାହି ର ମହିଳା ଙ୍କ ଏହି ପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.