Below header

ପାଞ୍ଚ ଟଙ୍କାର ବିୟର କେନରେ ୫ ହଜାର ଟଙ୍କିଆ କାର ତିଆରି କରି ମାଲାମାଲ ହେଉଛନ୍ତି ଏହି କାରିଗର

ଅନେକ ଲୋକ କୋଲଡ୍ରିଙ୍କ୍ସ ହେଉ କିମ୍ବା ବିୟର ହେଉ ପିଇ ସାରିବା ପରେ କେନ ଗୁଡିକୁ ଏମିତି ରାସ୍ତା କଡରେ ପକାଇ ଦିଅନ୍ତି। କିନ୍ତୁ ଏହି ରାସ୍ତା କଡରେ ପଡୁଥିବା କେନରେ ଅନେକ ଦାମି ସାମଗ୍ରୀ ହୋଇପାରେ ତାହା କେହି ଜାଣି ନଥିବେ।

ଏମିତି କିଛି କେନରୁ କାରିଗରୀ କରି ଜଣେ କାରିଗର ମାଲାମାଲ ହୋଇଛନ୍ତି। କାରୀଗର ଜଣକ ହେଉଛନ୍ତି ଚିନର ହେନାନ ପ୍ରୋବୀନ୍ସ ଲୁଇନିଙ୍ଗ ସହରର ବାସିନ୍ଦା ଦାଇ ଚେଙ୍ଗଲିନ। ଚେଙ୍ଗଲିନ ଏହି କୋଲଡ୍ରିଙ୍କ କେନ ଓ ବିୟର କେନରୁ ଏଭଳି ଖେଳଣା ତିଆରି କରୁଛନ୍ତି ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।

ଚେଙ୍ଗିଲିନ ଏହି କେନକୁ ପାଞ୍ଚଟଙ୍କାରେ କବାଡିଆ ଦୋକାନ ଠାରୁ କିଣିଥାନ୍ତି ଓ ଏଥିରୁ ଖେଳନା କରି ବଜାରରେ ଏହାକୁ ୫ ହଜାର ଟଙ୍କାରେ ବିକ୍ରୀ କରିଥାନ୍ତି। ଗତ ୫ ବର୍ଷ ଭିତରେ ଚେଙ୍ଗଲିନ ୮୦୦୦ରୁ ଅଧିକ କାର ଓ ଉଡାଯାହାଜର ମଡେଲ ତିଆରି କରିଛନ୍ତି ଯାହାକୁ ବିକ୍ରୀ କରି ଅନେକ ଟଙ୍କା ରୋଜଗାର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.