Below header

ଲକ୍‌ଡାଉନ୍‌ରେ ମଦ ମିଳିଲା ନାହିଁ ବୋଲି ଏମିତି କାଣ୍ଡ କରି ବସିଲେ ଜଣେ ଦିନ ମଜୁରିଆ

କେରଳ ଅନ୍ତର୍ଗତ ଥ୍ରିସୁର୍‌ର ଘଟଣା । ଜଣେ ୩୮ ବର୍ଷ ବୟସ୍କ ଦିନ ମଜୁରିଆ ଆଜି ଏଭଳି ଅଘଟଣ ଘଟାଇଛନ୍ତି ତାହା କରୋନା ଠାରୁ ବି ଭୟଙ୍କର । ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ । ସବୁ ଦୋକାନ ଭଳି ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ସନୋଜ ନାମକ ଏହି ଶ୍ରମିକ ଜଣକର ମଦ ନହେଲେ ନଚଳେ । ସବୁଠି ବନ୍ଦ ପରେ ସନୋଜ ବାରମ୍ବାର ମଦ ଦୋକନକୁ ଦୌଡ଼ିଲେ । ହେଲେ ଦୋକାନ ବନ୍ଦ ଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା । ଦୁଇ ଦିନ କଷ୍ଟେମଷ୍ଟେ ସମ୍ଭାଳିଲା । ହେଲେ ଆଉ ପାରିଲାନି । ବୋଧହୁଏ କାଲି ରାତିରେ ସେ ରହୁଥିବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଲା । ଆଜି ସକାଳେ ଘର ଲୋକଙ୍କ ଠାରୁ ଖବର ପାଇ ପୋଲିସ୍‌ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.