କାଲିଠୁ ଲୋକେ ଘରେ ବସି ଦେଖିପାରିବେ ପ୍ରିୟ ପୌରାଣିକ ଧାରାବାହିକ ରାମାୟଣ, ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

ଆସନ୍ତା 14 ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା ପରେ ଲୋକେ ଘରେ ବସି ସମୟ କାଟିବା ବଡ ଚ୍ୟାଲେଞ୍ଜର କଥା। ଆଉ ଏଥିପାଇଁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । 28 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ସିରିୟଲ ରାମାୟଣ । ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏହାକୁ ପ୍ରସାରଣ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି । ଦର୍ଶକମାନେ ଦୂରଦର୍ଶନ ଅର୍ଥାତ DD Nationalରେ ରାମାୟଣ ଦେଖିପାରିବେ । 28 ମାର୍ଚ୍ଚରୁ ସକାଳ 9ରୁ 10 ଗୋଟିଏ ଏପିସୋଡ ଏବଂ ରାତି 9ରୁ 10 ଆଉ ଏକ ଏପିସୋଡ ପ୍ରସାରଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.