Below header

ଲକ୍‌ ଡାଉନ୍‌ ବେଳେ ମଧ୍ୟ ଜାରି ରହିବ ମାଲ ପରିବହନ, ବାହାର ରାଜ୍ୟରୁ ଆସୁଥିବା ମାଲବାହୀ ଯାନକୁ ଓଡ଼ିଶାରେ ଅଟକା ଯିବ ନାହିଁ: DGP

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ୍‌ ବେଳେ ମଧ୍ୟ ଜାରି ରହିବ ମାଲ ପରିବହନ । ବାହାର ରାଜ୍ୟରୁ ଆସୁଥିବା ମାଲବାହୀ ଯାନକୁ ଓଡ଼ିଶାରେ ଅଟକା ଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତ ପୋଲିସ ଡିଜି ଅଭୟ । ଓଡ଼ିଶା ପହଞ୍ଚିବା ପରେ କୌଣସି ଅସୁବିଧା ହେଲେ ଓଡ଼ିଶାର ପୋଲିସର ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ରେ ଯୋଗାଯୋଗ କରିପାରିବେ । ୦୬୭୪୨୬୨୦୨୦୦ ନମ୍ବରରେ ଯୋଗାଯୋଗ କରିପାରିବେ । ସକାଳ ୮ଟାରୁ ରାତି ୧୦ଟା ଯାଏ ହେଲପଲାଇନ ନମ୍ବର ଜାରି ରହିବ । ମାଲବାହୀ ଗାଡ଼ି ଚଳାଚଳରେ ସୁବିଧା ପାଇଁ ଏହି ହେଲ୍ପଲାଇନ୍‌ ନମ୍ବର ଜାରି କରଯାଇଛି । ବାହାର ରାଜ୍ୟର ଗାଡି ଚାଳକଙ୍କ ପାଇଁ ହିନ୍ଦି ଭାଷାରେ ବର୍ତ୍ତା ଦେଇଛନ୍ତି ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.