କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଓଡିଶାର ଗରିବ ଲୋକେ, ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):   କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଗରିବ ଲୋକେ। ତେଣୁ ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଗୁଆ ୩ ମାସର ରାସନ ଦିଆଯିବ। ୯୪ ଲକ୍ଷ ପରିବାରଙ୍କୁ ୧ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରାଯିବ। ଏଥିରେ ଖର୍ଚ୍ଚ ହେବ ୯୪୦ କୋଟି ଟଙ୍କା। ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ କରାଯିବ। ଏଥିରେ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ସହାୟତା ପ୍ରଦାନ କରାଯିବ। ଏଥିରେ ଖର୍ଚ୍ଚ ହେବ ୩୩୦ କୋଟି ଟଙ୍କା

Leave A Reply

Your email address will not be published.