Below header

ଦୋକାନରେ ଛିଙ୍କିଦେଲେ ମହିଳା, ଡରରେ ଦୋକାନୀ ଫିଙ୍ଗିଦେଲେ ନିଜର ୨୬ ଲକ୍ଷ ଟଙ୍କାର ଜିନିଷ

କାରୋନା ଭାଇରସ ସାରା ଦୁନିଆକୁ ଭୟଭୀତ କରି ରଖିଛି। ଏହି ଭୟଙ୍କର ଭାଇରସ ସାରା ଦୁନିଆରେ ତାର କାୟା ବିସ୍ତାର କରିସାରିଛି। ଚୀନର ଉହାନ ସହରରୁ ଜନ୍ମ ନେଇଥିବା ଏହି ଭାଇରସ ଚୀନ, ଇଟାଲୀର ଭୟଙ୍କର ପରିସ୍ଥିତି କରିବା ପରେ ଏବେ ଆମେରିକାକୁ ଶିକାର କରିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧୦୦୦ରୁ ଅଧିକ ହେଲାଣି। ଏହିସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ଦୋକାନରେ ୩୫ ହଜାର ଡଲାର ଅର୍ଥାତ ପ୍ରାୟ ୨୬ ଲକ୍ଷ ଟଙ୍କାର ଖାଇବା ଜିନିଷକୁ ଫୋପାଡ଼ି ଦେଇଛନ୍ତି। ଆପଣ ଭାବୁଥିବେ କଣ ଏମିତି ହେଲା ଯେ ଅତେ ଟଙ୍କାର ଖାଦ୍ୟ ସାମଗ୍ରୀକୁ ଫୋପାଡ଼ିଦେଲେ। କାରଣ ଥିଲା କଣ ଜାଣନ୍ତି , ଜଣେ ମହିଳାଙ୍କ ଛିଙ୍କ।

shopକୁହାଯାଉଛି ଯେ ଏହି ମହିଳା ଜଣଙ୍କ ଦୋକାନରେ ଖାଦ୍ୟ ସାମଗ୍ରୀ ରହିଥିବା ଜିନିଷ ଉପରେ ଛିଙ୍କି ଦେଇଥିଲେ। ଏହାପରେ ଦୋକାନୀ ଜଣକ ଦୋକାନରେ ଥିବା ସବୁ ଜିନିଷକୁ ଫୋପାଡ଼ିଦେଲେ। ଦୋକାନୀ ଜଣକ ମହିଳାଙ୍କୁ କାରୋନା ହୋଇଥିବା ସନ୍ଦେହ କରି ସାମାନ୍ୟ ଏକ ଛିଙ୍କ ପାଇଁ ଦୋକାନରେ ଥିବା ସବୁ ଜିନିଷକୁ ଫୋପାଡ଼ିଦେଲେ।

ପୋଲିସ କଲା ଗିରଫ


ଦୋକାନୀଙ୍କ କହିବା ମୁତାବକ ଏହି ମହିଳା ଜଣଙ୍କ ଷ୍ଟୋରକୁ ଆସିବ ପର ଠାରୁ ହିଁ ଛିଙ୍କିବା ଆରମ୍ଭ କରିଦେଲେ। ମହିଳା ଷ୍ଟୋର ଆଗରେ ଥିବା ବେକେରି ଜିନିଷ ଓ ଖାଦ୍ୟ ସାମଗ୍ରୀ ଉପରେ ଛିଙ୍କିବା ଆରମ୍ଭ କରିଦେଲେ। ଏହାପରେ ଦୋକାନୀ ଜଣଙ୍କ ଷ୍ଟୋରରେ ଥିବା ସବୁ ଜିନିଷକୁ ଫୋପାଡ଼ିଦେଲେ। ଏହାପରେ ଦୋକାନୀ ଜଣଙ୍କ ପୋଲିସକୁ ସୂଚନା ଦେଲେ, ଯାହାପରେ ମହିଳାଙ୍କୁ ପୋଲିସ ଗିରଫ କରିନେଲା।

ପୋଲିସ କହିବା ଅନୁଯାୟୀ ସେହି ମହିଳା ଜଣଙ୍କ ଜାଣିଶୁଣି ଏମିତି କରିଛନ୍ତି। ଏବେ ଏହି ମହିଳାଙ୍କ ଉପରେ ଅପରାଧିକ ମାମଲା ରୁଜୁ କରାଯିବ। ପ୍ରାଥମିକ ରିପୋର୍ଟ ଅନୁଯାଇ ମହିଳା କାରୋନା ଭାଇରସ ପଜିଟିଭ ନଥିଲେ କିନ୍ତୁ ପୋଲିସ ଜଣାଇଛନ୍ତି ଯେ ତୁରନ୍ତ ହିଁ ତାଙ୍କର ଟେଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.