ବାପାଙ୍କୁ ମୁଖାଗ୍ନି ଦେବାପାଇଁ ଜାରି କରାଗଲା ସ୍ପେଶାଲ ପାସ, ତିନୋଟି ରାଜ୍ୟ ପାର କରି ବନ୍ଧୁଙ୍କ ଗାଡିରେ ଘରେ ପହଁଞ୍ଚିଲେ ଯୁବକ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏପରିସ୍ଥଳେ ଯେ କେହିବି ଜରୁରୀ କାମରେ ବାହାରକୁ ଯିବାପାଇଁ ସାହସ କରୁନାହାଁନ୍ତି । ତେବେ ଏହା ମଧ୍ୟରେ ସରକାର ନିଜର କୃପା ଦୃଷ୍ଟି ଦେଖାଇ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିଜ ବନ୍ଧୁଙ୍କ ଗାଡିରେ ୨୨୦୦ କିଲୋମିଟର ଯିବାପାଇଁ ଅନୁମତି ଦେଇଛନ୍ତି । ତେବେ ଏହାର କାରଣ ଜାଣିବା ପରେ ଆପଣଙ୍କ ଆଖିରେ ମଧ୍ଯ ଲୁହ ଆସିଯିବ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୁର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ମୁମ୍ବାଇରେ ବାସ କରୁଥିବା ଆନିନ୍ଦ୍ୟ ନାମକ ଜଣେ ୨୮ ବର୍ଷୀୟ ଯୁବକ ସରକାରଙ୍କ ଠାରୁ ଏକ ସ୍ପେଶିଆଲ ପାସ ଆଣି ମୁମ୍ବାଇରୁ ନିଜ ବନ୍ଧୁଙ୍କ ଗାଡିରେ କୋଲକାତା ଫେରିଛନ୍ତି । ତେବେ ଏହା ପଛରେ କାରଣ ଜାଣିଲେ ମଧ୍ଯ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ମୁତାବକ ଆନିନ୍ଦ୍ୟଙ୍କ ବାପା ଯିଏକି କୋଲକାତାରେ ରୁହନ୍ତି ସେ ଗତକାଲି ସକାଳେ ହାର୍ଟ ଆଟାକ୍ କାରଣରୁ ପ୍ରାଣ ହରାଇଛନ୍ତି । ଏହି ଖବର ଆନିନ୍ଦ୍ୟଙ୍କୁ ଦିଆଯିବା ସହ ତାଙ୍କୁ ତୁରନ୍ତ ଘରକୁ ଆସିବା ପାଇଁ କୁହଯାଉଥିଲା । ତେବେ ଲକ୍ ଡାଉନ୍ କାରଣରୁ ବସ୍, ଟ୍ରେନ୍ କିମ୍ବା ଫ୍ଲାଇଟ ସବୁ ବନ୍ଦ ରହିଥିବାରୁ ଏତେ ଲମ୍ବା ଯାତ୍ରା କିପରି କରିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ ଆନିନ୍ଦ୍ୟ । ଏହାପରେ ସେ ବ୍ୟସ୍ତ ହୋଇପଡିଥିଲେ କାରଣ ଏହି ସମୟରେ ତାଙ୍କ ମାଆଙ୍କୁ ସମ୍ଭାଳିବା ଆନିନ୍ଦ୍ୟଙ୍କ ପାଇଁ ସବୁଠାରୁ ବଡ କର୍ତ୍ତବ୍ୟ ଥିଲା । ଏହାପରେ ସେ ନିଜର ସମସ୍ତ ବନ୍ଧୁଙ୍କୁ ଫୋନ କରି ପରାମର୍ଶ ମାଗିଥିଲେ ସତ କିନ୍ତୁ କେହିବି ତାଙ୍କୁ ଘରକୁ ଯିବାର ରାସ୍ତା କହି ପାରିନଥିଲେ । କାରଣ ଏହି ଯାତ୍ରା କୌଣସି କମ୍ ଦୂରତାର ନଥିଲା ଏହାଥିଲା ଦିର୍ଘ ୨୨୦୦ କିଲୋମିଟରର ଯାତ୍ରା । ତେବେ ଏହିଭଳି ପରିସ୍ଥିତିରେ ସେ ଅନ୍ୟ ଉପାୟ ନପାଇ ଶେଷରେ ସୋସିଆଲ ମିଡିଆ ସାହାଯ୍ୟରେ ନିଜ ଘରକୁ ଯିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।

ଶେଷରେ ଆନିନ୍ଦ୍ୟଙ୍କୁ ଟ୍ରାନ୍ସପୋର୍ଟ କମିଶନରଙ୍କ ନମ୍ଵର୍ ମିଳିଥିଲା । ଏହାପରେ ସେ ତାଙ୍କ ପାଖରେ ପହଞ୍ଚି ବାପାଙ୍କ ଡେଥ ସାର୍ଟିଫିକେଟ ଦେଖାଇବା ସହ ନିଜର ସମସ୍ତ ଅସୁବିଧା ଜଣାଇଥିଲେ । ଏହାପରେ ଟ୍ରାନ୍ସପୋର୍ଟ କମିଶନର ତାଙ୍କୁ ମାତ୍ର୍ ୪୫ ମିନିଟ୍ ମଧ୍ୟରେ ନିଜ ବନ୍ଧୁଙ୍କ ଗାଡିରେ ଘରକୁ ଯିବାପାଇଁ ଏକ ସ୍ପେଶିଆଲ ପାସ ଜାରି କରିଥିଲେ । ଏହାସହିତ ବର୍ଡର ନିକଟରେ କୌଣସି ଅସୁବିଧା ହେଲେ ତାଙ୍କୁ ଫୋନ କରିବାପାଇଁ କମିସନର ତାଙ୍କ ନମ୍ଵର୍ ମଧ୍ଯ ଦେଇଥିଲେ । ତେବେ କମିଶନରଙ୍କ ଏଭଳି କାର୍ଯ୍ୟକୁ ଲୋକମାନେ ଏବେ ବହୁତ୍ ତାରିଫ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.