ଆଈଙ୍କ ହାତ ଧରି ମେଳାରେ ନାଚ ଦେଖିବାକୁ ଯାଇଥିଲେ ଏହି ନିରୀହ ଝିଅ, ଆଉ ତା’ ପରେ…

ଆଈଙ୍କ ହାତ ଧରି ମେଳାରେ ନାଚ ଦେଖିବାକୁ ଯାଇଥିଲେ ୧୨ ବର୍ଷର ଜଣେ ନିରୀହ ଝିଅ। କିନ୍ତୁ ମେଳାରେ ବୁଲିବାର କିଛି ସମୟ ପରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଆଈ ଘରକୁ ଫେରିଆସିଥିଲେ। ହେଲେ ପରଦିନ ସକାଳେ ଦେଖିବାକୁ ମିଳିଥିଲା ଅତି ହୃଦୟବିଦାରକ ଦୃଶ୍ୟ। ମେଳାଠାରୁ ମାତ୍ର ୫୦ ମିଟର ଦୂରରେ ନିବସ୍ତ୍ର ମିଳିଥିଲା ଝିଅଟିର ମୃତଦେହ। ବିହାରର ଅରରିଆ ଜିଲାରେ ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

nani

୧୨ ବର୍ଷର ଏହି ନାବାଳିକା ଛୋଟ ବେଳୁ ହିଁ ନିଜ ଆଈଙ୍କ ଘରେ ମିର୍ଜାପୁରରେ ରହିଆସୁଥିଲେ। ଅଗଷ୍ଟ ୫ ତାରିଖ ରାତିରେ ସେ ଆଈଙ୍କ ସହ ମେଳାରେ ନାଚ ଦେଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରିବାକୁ ସେମାନେ ଅଡ଼ି ବସିଥିଲେ।

ଏହାସହ ପଢ଼ନ୍ତୁ: ଟ୍ରେନରେ ଟିଟିଇ ଓ ପାଣ୍ଟ୍ରି କର୍ମଚାରୀଙ୍କ ଅମାନବୀୟ କାଣ୍ଡ, ଆଇସକ୍ରିମ୍ ରେ ନିଶା ଦେଇ ମହିଳାଙ୍କୁ କଲେ ଅସଦାଚରଣ

dog

ସନ୍ଧ୍ୟାରେ ଡଗ୍‌ ସ୍କାର୍ଡ ଘଟଣାସ୍ଥଳରେ ପହଞ୍ଚି ଏକ ଚପଲ ଓ କେତେକ ଜିନିଷ ଜବତ କରିଥିଲା। ଏହାପରେ କିଛି ଦୂରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଜଣେ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣ ଫେରାର୍‌ ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।