Below header

ଡମ୍ପିଙ୍ଗ ୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦାରୁଠେଙ୍ଗ ବାସିନ୍ଦା, ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଟଣୀ ନିର୍ବାଚନ ମଣ୍ଡଳୀ ଦାରୁଠେଙ୍ଗ ଗ୍ରାମପଞ୍ଚାୟତ ବାସିନ୍ଦା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାରୁଠେଙ୍ଗରେ ଥିବା ଡମ୍ପିଙ୍ଗ ୟାର୍ଡକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଜଣାାଇଛନ୍ତି। ଆଗାମୀ ୬ ମାସ ମଧ୍ୟରେ ଡମ୍ପିଂ ୟାର୍ଡକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଖୋର୍ଧା ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ, ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ କୁମାର ରାଉତରାୟଙ୍କ ସହ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.