Below header

ଟ୍ରେନରେ ଟିଟିଇ ଓ ପାଣ୍ଟ୍ରି କର୍ମଚାରୀଙ୍କ ଅମାନବୀୟ କାଣ୍ଡ, ଆଇସକ୍ରିମ୍ ରେ ନିଶା ଦେଇ ମହିଳାଙ୍କୁ କଲେ ଅସଦାଚରଣ

ନୂଆଦିଲ୍ଲୀ: ରାଞ୍ଚି ରାଜଧାନୀ ଏକ୍ସପ୍ରେସରେ ଜଣେ ମହିଳା ଯାତ୍ରୀ ଅସଦାଚରଣର ଶିକାର ହେବା ପରେ ମହିଳା ଯାତ୍ରୀଜଣକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏକଥାର ଟ୍ବିଟ୍ କରି ଜଣାଇଥିଲେ। ମହିଳା ଯାତ୍ରୀ ଜଣକ ଭାରତୀୟ ରେଳବାଇ,ପିଏମ୍‌ଓ ,ପୀୟୁଷ ଗୋଏଲ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ଟ୍ବିଟରେ ଟ୍ୟାଗ୍‌ କରିଥିଲେ। ମହିଳା ଯାତ୍ରୀଜଣକ ଅଭିଯୋଗ କରିଥିଲେ ଯେ ଯାତ୍ରା ସମୟରେ ଟିଟିଇ ଓ ପାଣ୍ଟ୍ରିକାର କର୍ମଚାରୀ ସେ ଅର୍ଡର କରିଥିବା ଆଇସକ୍ରିମ୍‌ରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ। ସେହି ଆଇସକ୍ରିମ୍‌ ଖାଇବା ପରେ ମହିଳା ଯାତ୍ରୀ ବେହୋସ ହୋଇଯାଇଥିଲେ। ତା’ପରେ ସେଦୁହେଁ ତାଙ୍କ ସହ ଅସଦାଚରଣ କରିଥିଲେ।

ଏହାସହ ପଢନ୍ତୁ: ଗ୍ୟାଙ୍ଗଷ୍ଟାର ନୂଆ ଫଣ୍ଡା, ଜେଲରୁ ଫେରାର ହେବା ପାଇଁ କଲା ଏମିତି କାମ

ଟ୍ବିଟରରେ ଏହି ଅଭିଯୋଗ ଆସିବା ପରେ ରାଞ୍ଚି ରେଳ ଡିଭିଜନରେ କାର୍ଯ୍ୟରତ ଉକ୍ତ ଟିଟିଇଙ୍କୁ ନିଲମ୍ବିତ କରାଯାଇଛି ଓ ପାଣ୍ଟ୍ରିକାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଜଣାଯାଇଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଞ୍ଚି ରେଳବାଇ ଡିଭିଜନର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ନୀରଜ କୁମାର କହିବା ଅନୁଯାୟୀ, ଯଦି ତଦନ୍ତରେ ଟିଟିଇ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.