ସମଝୌତା ଏକ୍ସପ୍ରେସ୍ର ଚଳାଚଳକୁ ବାତିଲ କଲା ପାକିସ୍ତାନ୍
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଟେନସନରେ ପାକିସ୍ତାନ। ସମଝୌତା ଏକ୍ସପ୍ରେସ୍ର ଚଳାଚଳକୁ ବାତିଲ କଲା ପାକିସ୍ତାନ। ଲାହୋରରେ ସମଝୌତା ଏକ୍ସପ୍ରେସ୍କୁ ଅଟକାଇଛି ପାକିସ୍ତାନ। ପାକିସ୍ତାନୀ ମିଡିଆ ପକ୍ଷରୁ ଏହି ସୂଚନା ମିଳିଛି। ସକାଳ ୮ଟାରେ କରାଚିରୁ ସମଝୌତା ଏକ୍ସପ୍ରେସ ଛାଡ଼ିଥିଲା। ଲାହୋର ଷ୍ଟେସନରେ ଏହାକୁ ଅଟକାଯାଇଛି। ଗତକାଲି ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଛିନ୍ନ କରିଛି । ଜମ୍ମୁ-କାଶ୍ମୀର ସଂପର୍କିତ ଭାରତର ଘୋଷଣା ପରେ ପାକିସ୍ତାନର ଟେନ୍ସନ୍ ବଢି ଚାଲିଛି ।