ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ସରିବା ପରେ କାହିଁକି ଋଷଭ ପନ୍ଥକୁ କ୍ଷମା ମାଗିଲେ ରୋହିତ ଶର୍ମା !
ଟି-୨୦ ସିରିଜର ତ୍ରୁତୀୟ ଏବଂ ଶେଷ ମୁକାବିଲାରେ ଭାରତୀୟ ଟିମୱେଷ୍ଟଇଣ୍ଡିଜକୁ ୭ ଓ୍ଵିକେଟରେ ହରାଇଥିଲା। ଏହି ବିଜୟରେ ଦୀପକ ଚହର ୪ ରନ କରି ୩ ଓ୍ଵିକେଟ ପାଇଁ ଓ୍ଵିକେଟକିପର ଋଷଭ ପନ୍ଥ ନଟଆଉଟ ହୋଇ ୬୫ ରନ୍ କରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ପନ୍ଥ ଗତ ଦୁଇଟି ମ୍ୟାଚରେ ଖରାପ ଶଟ୍ ଖେଳି ଆଉଟ ହୋଇଥିଲେ କିନ୍ତୁ ତ୍ରୁତୀୟ ଟି-୨୦ ମ୍ୟାଚରେ ସେ ବହୁତ ଭଲ ପ୍ରଦର୍ଶନ କରି ନିଜର ଲିମିଟେଡ ଓଭର କ୍ରିକେଟର ଦ୍ୱିତୀୟ ଅର୍ଦ୍ଧଶତକ କରିଥିଲେ। ଅବଶ୍ୟ ପନ୍ଥଙ୍କର ଭଲ ପ୍ରଦର୍ଶନ ପରେ କିଛି ଏମିତି ହେଲା ଯେ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କୁ କ୍ଷମା ମାଗିବାକୁ ପଡିଲା।
ରୋହିତ ଶର୍ମା ମାଗିଲେ ଋଷଭ ପନ୍ଥଙ୍କୁ କ୍ଷମା
ମ୍ୟାଚ ପରେ ରୋହିତ ଶର୍ମା ବିସିସିଆଇ ଟିଭିରେ ଋଷଭ ପନ୍ଥଙ୍କର ଇଣ୍ଟରଭ୍ୟୁ ନେଇଥିଲେ। ଏହି ସମୟରେ ରୋହିତ ଶର୍ମା ତାଙ୍କୁ ଋଷଭ ସନ୍ଥ କହି ଦେଇଥିଲେ। ଏହାପରେ ସେ ତୁରନ୍ତ ଭୁଲକୁ ଅନୁଭବ କରି ଋଷଭଙ୍କୁ କ୍ଷମା ମାଗିଥିଲେ। ରୋହିତ ଏମିତି କହିବା ବେଳେ ଋଷଭ ହସିଦେଇଥିଲେ।
Guyana diaries: @ImRo45 & @RishabhPant17 unplugged
Two low scores & a match-winning fifty. The Hitman finds out how Pant turned it around in the final T20I – by @28anand #TeamIndia #WIvIND
Full video🎥 https://t.co/ybj8Lg0Ihz pic.twitter.com/Hz7IjxXchT
— BCCI (@BCCI) August 7, 2019