ସ୍ୱାମୀଙ୍କ ଅବୈଧ ସମ୍ପର୍କକୁ ସହିପାରିଲେନି ପତ୍ନୀ, ପ୍ରେମିକା ଏବଂ ତାଙ୍କ ପୁଅକୁ ଜାଳିଦେଲେ ଜିଅନ୍ତା

ଜୟପୁର ; ପତ୍ନୀ ଥାଉ ଥାଉ ସ୍ୱାମୀ ଆଉ ସହିତ ସମ୍ପର୍କ ରଖିବା କଥା ଦୁନିଆରେ କୌଣସି ମହିଳା ସହିପାରେ ନାହିଁ । ନିଜର ସମ୍ପର୍କକୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ଡାକ୍ତର କଲେ ଏପରି କାଣ୍ଡ ଯାହା ବିଷୟରେ ଶୁଣିଲେ ଆପଣ ହତବାକ ହୋଇଯିବେ। ନିଜ ସ୍ୱାମୀଙ୍କୁ ଅବୈଧ ସମ୍ପର୍କରୁ ବଞ୍ଚାଇବା ପାଇଁ ମହିଳା ଘଟାଇଲେ ଏପରି କାଣ୍ଡ ଯେଉଁଥିପାଇଁ ଚାଲିଗଲା ଦୁଇ ଦୁଇଟି ଜୀବନ। ଯେଉଁଥିରେ ଜଣେ ମହିଳା ଏବଂ ତାଙ୍କର ୬ ବର୍ଷର ପୁଅର ଜୀବନ ଚାଲିଯାଇଛି। ଏପରି ଏକ ଘଟଣା ରାଜସ୍ଥାନରେ ଘଟିଛି।

fire

ସୂଚନାଯୋଗ୍ୟ, ରାଜସ୍ଥାନ ଜୟପୁରର ସୂର୍ଯ୍ୟସିଟିରେ ରହୁଥିଲେ ଏହି ଡାକ୍ତର ଦମ୍ପତି ସୀମା ଗୁପ୍ତା ଏବଂ ସ୍ୱାମୀ ସୁଦୀପ ଗୁପ୍ତା। ସେମାନଙ୍କର ଭରତପୁର ଅଞ୍ଚଳରେ ଏକ କ୍ଲିନିକ ରହିଥିଲା। ଏହି କ୍ଲିନିକରେ ଜଣେ ମହିଳା ଦୀପା ଗୁଜ୍ଜର କର୍ମଚାରୀ ଭାବେ କାମ କରୁଥିଲେ। କାମ କରିବା ସମୟରେ ଦୀପାଙ୍କ ସହିତ ସୁଦିପଙ୍କ ସମ୍ପର୍କ ଧୀରେ ଧୀରେ ନିବିଡ ହେବାକୁ ଲାଗିଲା। ପରେ ଏମାନେ ପରସ୍ପରକୁ ପ୍ରେମ କରିବାକୁ ଲାଗିଲେ। ଯେତେବେଳେ ଏହି କଥା ସୀମାଙ୍କ କାନକୁ ଗଲା, ସେ ଦୀପାକୁ କ୍ଲିନିକରୁ ବିତାଡିତ କରିଦେଲେ। କିନ୍ତୁ ସୁଦିପ ପରେ ବାହାରେ ଦୀପାଙ୍କୁ ଲୁଚିଛପି ଦେଖା କରୁଥିଲେ।

bharatpur

କେବଳ ଏତିକି ନୁହେଁ ଦୀପା ରହିବା ପାଇଁ ସୁଦିପ ଏକ ଘର ମଧ୍ୟ ଦେଇଥିଲେ। ପୁଣି ଏହି କଥା ସୀମାଙ୍କ ପାଖରେ ପହଞ୍ଚିଯାଇଥିଲା। ସ୍ୱାମୀକୁ ସେହି କବଳରୁ କିପରି ବାହାର କରିଆଣିବେ, ସେଥିପାଇଁ ଆପଣାଇଲେ ଏପରି ଉପାୟ। ଡାକ୍ତର ମହିଳା ଜଣକ ସ୍ୱାମୀଙ୍କ ପ୍ରେମିକା ଘରକୁ ଯାଇ ବାହାର ପଟୁ କବାଟ ବନ୍ଦ କରି ତାଙ୍କ ଘରେ ନିଆଁ ଲଗାଇଦେଇଥିଲେ । ସେହି ସମୟରେ ଉକ୍ତ ମହିଳାଙ୍କ ସହିତ ତାଙ୍କ ୬ ବର୍ଷର ପୁଅ ମଧ୍ୟ ଘରେ ଭିତରେ ଥିଲେ। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ଯେ, କେହି ଘର ଭିରତକୁ ଯାଇପାରିନଥିଲେ। ଶେଷରେ ଦୀପା ଏବଂ ତାଙ୍କର ୬ ବର୍ଷୀୟ ପୁଅ ମୃତବରଣ କରିଥିଲେ। ଏହି ଘଟଣାକୁ କେବଳ ସେହି ମହିଳା ନୁହେଁ ବରଂ ତାଙ୍କ ଶାଶୁ ମିଶି କରିଛନ୍ତି।

ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୀମା, ଶାଶୁ ସୁଲେଖା ଏବଂ ସ୍ୱାମୀ ସୁଦିପକୁ ଗିରଫ କରି ତଦନ୍ତ ଚଳାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.