Below header

ଦେଖନ୍ତୁ ତିସ୍ ହଜାରୀ ହିଂସାକାଣ୍ଡର ନୂଆ ଭିଜୁଆଲ୍ : କେମିତି ହାତଯୋଡି ଛିଡା ହୋଇଛନ୍ତି ଡିସିପି ମୋନିକା ଭରଦ୍ବାଜ୍, ଆଉ ତାପରେ..

ନୂଆଦିଲ୍ଲୀ: ତିସ୍ ହଜାରୀ କୋର୍ଟ ପରିସରରେ ଓକିଲ ଏବଂ ପୋଲିସ୍ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାର ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓରେ ଡିସିପି ନର୍ଥ ମୋନିକା ଭରଦ୍ବାଜ ହାତ ଯୋଡି ଛିଡାହେବା ସହ ସେହି ସମୟରେ ଓକିଲ ମାନଙ୍କୁ ଶାନ୍ତ ରହିବାକୁ ନେହୁରା କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଓକିଲମାନେ ଦଳବତ୍ତର ହୋଇ ସେଠାରେ ଉପସ୍ଥିତ ଥିବା ପୋଲିସ୍ କର୍ମଚାରୀ ଏବଂ ଡିସିପିଙ୍କୁ ଘେରିଯିବା ସହିତ ମାରପିଟ୍ କରୁଛନ୍ତି । ଶହ ଶହ ଓକିଲ ଡିସିପି ମୋନିକା ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କୁ ଧକ୍କା ମାରି ମାରି ପଛକୁ ନେଇ ଯାଉଛନ୍ତି ।

ସୂଚନା ଥାଉକି ନଭେମ୍ବର ୨ରେ ହୋଇଥିବା ହିଂସାର ଗତକାଲି ଏହି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ପୋଲିସ୍ ଅଧିକାରୀ ମୋନିକା ଭରଦ୍ବାଜଙ୍କୁ କିଛି ପୋଲିସ୍ କର୍ମୀ ଓକିଲ ମାନଙ୍କଠାରୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଡିସିପି ଅଭିଯୋଗ କରିଛନ୍ତି କି ହିଂସା ସମୟରେ ତାଙ୍କ ସହିତ ମାରପିଟ୍ କରାଯାଇଛି । କେବଳ ଏତିକି ନୁହେଁ ମହିଳା ଅଧିକାରୀ ଜଣଙ୍କ ଏହା ମଧ୍ୟ କହିଛନ୍ତି କି, ଏହି ସମୟରେ ସର୍ଭିସ୍ ରିଭଲଭର ମଧ୍ୟ ତାଙ୍କ ଠାରୁ ଛଡାଇ ନିଆଯାଇଛି । ଏହି ମାମଲା ରେ ପୋଲିସ୍ ପ୍ରବକ୍ତା ଅନିଲ୍ ମିତ୍ତଲ କହିଛନ୍ତି କି, ମହିଳା ଅଧିକାରୀଙ୍କ ବୟାନ ଘଟଣାରେ ପ୍ରସ୍ତୁତ ହେଉଥିବା ଏଫଆଇଆରରେ ଯୋଡାଯିବ ।

ଦେଖନ୍ତୁ ଭିଡିଓ:

ଅନ୍ୟପଟେ ଡିସିପି ମୋନିକାଙ୍କୁ ମାରପିଟ୍ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିବାପରେ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି କି, ମୁଁ ଏହାକୁ ନିନ୍ଦା କରୁଛି, ଏହି ମାମଲାର ସମ୍ପର୍କରେ ବାର କାଉନସିଲ୍ ଏବଂ ଦିଲ୍ଲୀ ପୋଲିସ୍ କମିଶନରଙ୍କୁ ଲେଖିବି । ସୂଚନା ଅନୁଯାୟୀ,ଗତ ଶନିବାର ତିସ୍ ହଜାରୀକରର୍ଟ ପରିସରରେ ଓକିଲ ଏବଂ ପୋଲିସକର୍ମୀ ମଧ୍ୟରେ ପାର୍କିଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଏହି ବିବାଦ ହିଂସାର ରୂପ ନେଇଥିଲା । ପୋଲିସକର୍ମୀଙ୍କ ମଧ୍ୟରୁ ପାଖାପାଖି ୨୧ଜଣ ଆହତ ହୋଇଥିଲେ । କିଛି ଓକିଲଙ୍କୁ ମଧ୍ୟ ଆଘାତ ଲାଗିଥିଲା । ଯାହାକୁ ନେଇ ପୋଲିସ୍ ମୁଖ୍ୟାଳୟ ସାମ୍ନା ରାସ୍ତା ଉପରେ ବସି ପୋଲିସକର୍ମୀମାନେ ଘଟଣାକୁ ବିରୋଧ କରିଥିଲେ ଏବଂ ସେମାନଙ୍କ ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଏଥିପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଏହାସହ ପଢନ୍ତୁ:

ରେଳ ଧାରଣା ଉପରୁ ଟେକି ନେଉଛନ୍ତି ଯମରାଜା, ଜାଣନ୍ତୁ କ’ଣ ରହିଛି ଘଟଣା ପଛର ସତ୍ୟତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.