ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ବୁଲ୍‌ବୁଲ୍‌, ୧୦ରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ବର:ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ବୁଲ୍‌ବୁଲ୍‌। ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି । ପାରାଦୀପଠାରୁ ୩୫୦ କିମି ଦୂରରେ ରହିଛି । ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ପଶ୍ଚିମବଙ୍ଗର ସାଗର ଆଇସ୍‌ଲ୍ୟାଣ୍ଡର ଦକ୍ଷିଣରେ ୪୯୦ କିଲୋମିଟର ଦୂରରେ ଅଛି। ବାଂଲାଦେଶର ଖେପୁପରା ଠାରୁ ଦକ୍ଷିଓ-ପଶ୍ଚିମରୁ ୫୯୦ କିଲୋମିଟର ଦୂରରେ ରହିଛି ବୁଲ୍‌ବୁଲ୍‌। ସମୁଦ୍ରରେ ୧୨୦ରୁ ୧୩୦କିମି ବେଗରେ ପବନ ପ୍ରବାହିତ ହେଉଥିବା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡ଼ିଆସୁଛି ।

bulbul trackଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରଦିଗ ଦେଇ ଗତି କରିବ। କାଲି ସକାଳ ପରେ ଉତ୍ତର-ପୂର୍ବ ଦିଗରେ ଗତି କରିବ ବାତ୍ୟା। ୧୦ ତାରିଖ ଭୋରରୁ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ସୁନ୍ଦରବନ ଦେଇ ଗତି କରିବ ବାତ୍ୟା ‘ବୁଲ୍‌ବୁଲ୍‌’। ଏହି ସମୟରେ ପଶ୍ଚିମବଙ୍ଗ-ବାଂଲାଦେଶରେ ବିଶେଷ କ୍ଷତି ହୋଇପାରେ। ସମୁଦ୍ରରେ ୧ରୁ ୧.୫ ମିଟର ଉଚ୍ଚରେ ଜୁଆର ଆସିବ। ଏବେ ଉପକୂଳରେ ୩୫ରୁ୪୫ କିମି ବେଗରେ ପବନ ବହୁଛି। ପାରାଦୀପଠାରୁ ଏବେ ଏହା ୩୫୦ କିମି ଦୂରରେ ରହିଛି । କାଲି ସକାଳେ ପବନର ବେଗ ୫୫ରୁ ୬୫ କିମି ରହିବ। ୯ ତାରିଖରେ ଓଡ଼ିଶାରେ ‘ବୁଲ୍‌ବୁଲ୍‌’ର ପ୍ରଭାବ ରହିବ। ୧୦ ତାରିଖରେ ପାଗରେ ପରିବର୍ତ୍ତନ ହେବ ବୋଲି IMD ଡିଜି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.