ପାଣି ପିଉଥିବା ସିଂହକୁ ଲୋକଟି ଦେଲେ ଚିଡ଼ାଇ, ତା’ପରେ କ’ଣ ହେଲା ଦେଖନ୍ତୁ ଏହି ଭାଇରାଲ୍‌ ଭିଡିଓ

ନୂଆଦିଲ୍ଲୀ :  ବେଳେ ବେଳେ ସୋସିଆଲ୍‌ ମିଡ଼ିଆରେ ବହୁ ଚକିତ କରିଦେଲା ଭଳି ଭିଡ଼ିଓ ଦେଖିବାକୁ ମିଳେ । ଏହି ସବୁ ଭାଇରାଲ୍‌ ଭିଡିଓ କେତେବେଳେ ଲୋକଙ୍କ ଜୀବନ ସହ ଜଡ଼ିତ ହୋଇଥାଏ ତ କେତେବେଳେ ପଶୁପକ୍ଷୀଙ୍କ ଜୀବନ ସହ । ଏପରି ଏକ ଭାଇରାଲ୍‌ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ସିଂହ ପାଣି ପିଉଥିବାର ଦେଖିବାକୁ ମିଳିଛି । ଆଉ ପଛରୁ ଜଣେ ବ୍ୟକ୍ତି ଲୁଚି ଲୁଚି ଆସି ସିଂହକୁ ଚିଡ଼ାଇ ଦେଉଛନ୍ତି ।

ଆପଣ ଭାବୁଥିବେ ଏବେ କ’ଣ ହେବ ସିଂହଟି ବୋଧହୁଏ ବ୍ୟକ୍ତିଟିକୁ ଆକ୍ରମଣ କରିବ । କିନ୍ତୁ ନା ସିଂହଟି ପଛକୁ ଚାହୁଁଛି ହେଲେ ଆକ୍ରମଣ କରିବା ପରିବର୍ତ୍ତେ ଚୁପ୍‌ ହୋଇ ରହିଯାଉଛି । ବ୍ୟକ୍ତି ଜଣକ ସିଂହକୁ ଚାହିଁ ଡରିବା ପରିବର୍ତ୍ତେ ଠୋ ଠୋ ହୋଇ ହସୁଛି । ଏଥିରୁ ବୁଝାପଡୁନି ସିଂହଟି ପ୍ରକୃତରେ ବ୍ୟକ୍ତିଟିକୁ ଡରୁଛି କି ବହୁଦିନର ସମ୍ପର୍କ ଯୋଗୁ ଚୁପ୍‌ ହୋଇଯାଉଛି ।

 

View this post on Instagram

 

A post shared by Wildlife Capture (@thewildcapture)

ଏହି ଭିଡ଼ିଓଟିକୁ ଦେଖିଲେ ଯେ କେହି ଚକିତ ନ ହୋଇ ରହିପାରିବେ ନାହିଁ । ଆପଣ ଏବେ ଭାବୁଥିବେ ଖାଦ୍ୟ ଓ ଖାଦକ ସହ ଏ କି ସମ୍ପର୍କ । ଭିଡ଼ିଓଟି ଖୁବ୍‌ ଭାଇରାଲ୍‌ ହୋଇଛି । ଏହାକୁ ପ୍ରାୟ ୧୦ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି । ଆପଣ ଏହି ଭିଡ଼ିଓଟିକୁ ଦେଖନ୍ତୁ ଆଉ ଏହାର ମଜା ନିଅନ୍ତୁ ।

Leave A Reply

Your email address will not be published.